ଅଧ୍ୟାୟ ୩୪ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
କୋଟି ପ୍ରଣତି ଘେନ ହେ ଜଗନ୍ନାଥ
ଆତ୍ମା ପରମାତ୍ମା ପାଖରେ ସମର୍ପିତ
୫୧
ରାତି ପାହିଲେ ମନ ତୁମକୁ ଖୋଜେ
ତୁମ ସାହାରାରେ ଏଇ ଜୀବନ ବଞ୍ଚେ ।
ଅନୁଭବି ସିନା ତୁମକୁ ଅନୁଭବ କରେ
ତୁମେ ପରା ଅଛ ସବୁବେଳେ ପାଖରେ
ପଡ଼ିଗଲେ ତୁମେ ଉଠାଇଦିଅ ହାତଧରି
କେହି ଲାଗନ୍ତି ନାହିଁ ଠାକୁର ତୁମପରି ।
ଲାଗେ କେହି ଜଣେ ଅଛି ତ ଆଗରେ
ଖୋଜେ ତୁମକୁ ସବୁ ବେଳେ ଭିତରେ
ପାଇବି କେମିତି ମୁଁ ପାପି ମଣିଷ ଜଣେ
ନିତି ଖୋଜେ ତୁମକୁ ସଞ୍ଜ ସକାଳରେ।
ସମର୍ପିତ ହେଲେ ମଣିଷ ତୁମ ପାଖରେ
ମନସ୍କାମନା ପୂରଣ ହୁଏ ତା’ର ଅଚିରେ
ଭକତ ପାଇଁ ତୁମେ ସଦା ଜାଗ୍ରତ ଥାଅ
ଭକତ ଡାକିଲେ ଆତୁରେ ଓ କହିଥାଅ ।
୧୦୧
ସିଏ ମୋ ଜଗନ୍ନାଥ
ଯୁଗେ ଯୁଗେ ତୁମେ ଧର୍ମ ସଂସ୍ଥାପନ କର
ପାପିକୁ ନାଶି ସନ୍ଥ ପାଳ ହେ ନାରାୟଣ
ତୁମ ନାମରେ କି ଯାଦୁ ଅଛି ହେ ଠାକୁର
ତନମନ ସକାଳୁ ହୋଇ ଯାଏ ତ ପବିତ୍ର ।
ଭାରି ମିଠା ଲାଗେ ସକାଳୁ ହରି ନାମରେ
ମନୁ କଳୁଷତା ସରିଯାଏ ନେଲେ ତୁଣ୍ଡରେ
ଅଳପ ଦିନକୁ ମନ କାହିଁକି ଅଳନ୍ଦୁ ଭରିଛୁ
୫୧
ସଫା ମନେ ଆସିଲୁ ସଫା ମନେ ଫେରିବୁ ।
ହେଜରେ ମନ ଏଠି କେହି ନୁହେଁ କାହାର
ସବୁ ପଛେ ଥିବ ଏକା ଫେରିଯିବୁରେ ଧନ
ତେଣୁ ବେଳ ଥାଉ ଥାଉ ମନ ସୁଧୁରି ଯାଆ
ହରି ନାମକୁ ସକାଳୁ ସଞ୍ଜ ତୁଣ୍ଡେ ନେଉଥା ।
ସେଇ ନାମ ଏକା ସତ୍ୟ ଏ ମିଛ ଦୁନିଆରେ
ସେଇ ନାମ ଯିବ ଫେରିଲା ବେଳେ ସାଥିରେ
ଆଖିବୁଜି ଦେଲେ ମନ ସବୁ ଅନ୍ଧାର ଦିଶେ
ନିଃଶ୍ୱାସ ନ ଫେରିଲେ ଥିବୁ ଶ୍ମଶାନ ଘାଟେ
ଜୟ ଜଗନ୍ନାଥ ରେ ମଙ୍ଗଳ ହେଉ ଜଗତର
ତୁମ ନାମ ତୁଣ୍ଡ ଗାଉ ନିରନ୍ତର ହେ ଠାକୁର।
୧୦୨
ସିଏ ମୋ ଜଗନ୍ନାଥ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ