ଅଧ୍ୟାୟ ୩୫ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
କୋଟି ପ୍ରଣତି ଘେନ ହେ ନାଥ
ତୁମ ପାଦେ ହୋଇଲି ସମର୍ପିତ
୫୨
ଭାବ ଦିଅ ଠାକୁର ଅଭାବି ମଣିଷ
ତୁମ ଭାବାନରେ ରଖ ଜଗଦୀଶ
ବଳି ପଡ଼ିଲେ ଦୁଃଖ ତୁମକୁ କୁହେ
ଆନ ଭାବନାରେ ମନେ ନ ରହେ ।
ଡେରି ହୋଇଗଲେ ଭଲ ଲାଗେନା
ମନ ହୋଇଯାଏ ମୋର ଆନମନା
ଦିଅ ହେ ନାଥ ଭାବନା ମୋତେ
ଶବ୍ଦ ଆସୁ ଲେଖେ ଭଜନ ଯେତେ ।
ତୁମେ ପରା ଓଁକାର ଶବ୍ଦରେ ଅଛ
ଦିଅ ଅକ୍ଷର ଯୋଡ଼ି ହେଉ ଭଜନ
ନେଉଛ ଯୁଆଡ଼େ ତ ଯାଉଛି ମୁହିଁ
ବାଟରେ ଲେଖୁଛି ଭଜନ ତୁମପାଇଁ ।
ଥିବ ସାଥେ ମୋର ହେ ନାରାୟଣ
ବିପଦ ସବୁକୁ ତୁମେ କରିବ ଖଣ୍ଡନ
୧୦୩
ସିଏ ମୋ ଜଗନ୍ନାଥ
ଲୋକହସା କରିବ ନାହିଁ ସଂସାରରେ
ଭକତ ନିନ୍ଦା କି ପ୍ରଭୁ ସହି ପାରେ ।
ତୁମକୁ ସମର୍ପି ହୋଇ ଦିନ ଆରମ୍ଭ କଲି
ଯାହା ଥିବ ଭାଗ୍ୟରେ ସବୁ ଭୋଗିବି
କର୍ମ ଫଳ ନେଇ ତୁମେ ପୁଣ୍ୟ ଦେବ
ତେଣୁ ତୁମକୁ କରେ କୋଟି ନମସ୍କାର ।
୫୨
ଜଗତ ମଙ୍ଗଳ ହେଉ ହେ ନାଥ
ତୁମ ପାଖେ ଜାଳି ଦେଲି ଅଖଣ୍ଡ ଦୀପ
ସବୁ ଖଣ୍ଡନ କରିବ ହେ ଜଗନ୍ନାଥ
ସଂସାର ତୁମ ପାଖେ ହେଲା ସମର୍ପିତ ।
୧୦୪
ସିଏ ମୋ ଜଗନ୍ନାଥ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ