ଅଧ୍ୟାୟ ୩୬ · ନଭେମ୍ବର ୧୩, ୨୦୨୬ · ୩ ମିନିଟ୍ ପଢ଼ା
କୋଟି ପ୍ରଣତି ହେ ଜଗନ୍ନାଥ
ତୁମ ପାଖେ ସମର୍ପିତ ।
୫୩
ଏମନକୁ ବନ୍ଧା ପକାଇଛି ତୁମରି
ଚରଣରେ ହେ ହରି
ରଖିବ କି ମାରିବ ତୁମରି ଇଛା
ହେ ଦୈତାରୀ ।
ତାରିପାର ବୋଲି ତୁମେ ହେଲ
ସଂସାରେ ବଡ଼ ।
କ୍ଷମା ଦେଇ ଥାଅ ବୋଲି ତୁମେ
ପରା କ୍ଷମାରେ ସାଗର ।
ପାପ ହର ବୋଲି ତୁମେ ହେଲ
ସଂସାରେ ପାପ ହାରି
ପତିତ ଉଦ୍ଧା ପାଇଁ ପତିତପାବନ
ବାନା ଉଡ଼େ ତୁମରି ।
ଶ୍ରୀରେ ଭୂଷିତ ବୋଲି ତୁମେ ଭକତ
ଡାକେ ଶ୍ରୀହରି
୧୦୫
ସିଏ ମୋ ଜଗନ୍ନାଥ
ଜଗତର ନାଥ ବୋଲି ନାମ ତୁମର
ଜଗନ୍ନାଥ ହେ ହରି।
ମୋହନ ବଂଶୀ ଧରି ଥିଲ ବୋଲି
ନାମ ତୁମ ମୂରଲୀଧାରି
ରାଧାର ପି୍ରୟ ହେତୁ ଭକତ ଡାକେ
ରାଧାରମଣ ବୋଲି ।
୫୩
ଦୁଃଖ ନାଶ କର ବୋଲି ନାଥ ତୁମକୁ
ଦୁଃଖି ଡାକେ ଦୁଃଖନାଶନ
ଦୀନର ବାନ୍ଧକ ବୋଲି ତୁମକୁ ଡାକେ
ଦୀନ ବାନ୍ଧବ ।
ଦାରୁରୁ ଜାତ ବୋଲି କଳିରେ ହେଲ
ତୁମେ ଦାରୁବ୍ରହ୍ମ
ଆତ୍ମତୃପ୍ତି ବ୍ରହ୍ମକୁ ନିତି କରେ କୋଟି
କୋଟି ନମଃ ନମଃ ।
ରଖ ନାରାୟଣ ତୁମ ପାଖରେ ନିତି
ମୁଁ ଶରଣ ନିଏ
ଅହଂଭାବ କୁ ତୁମ ପାଖରେ ରଖି
ସମର୍ପିତ ହୁଏ ।
ଭବସାଗରୁ ପାରି ପାଇଁ ତୁମକୁ ନିତି
ନାରାୟଣ ଡାକେ
୧୦୬
ସିଏ ମୋ ଜଗନ୍ନାଥ
ରଖ ନାରାୟଣ ହେ ତୁମରି ସେଇ
ଯୁଗଳ ପଦ୍ମ ପାଦେ ।
ନାରାୟଣ ନାରାୟଣ ଭଜିଭଜି ନିତି
ନାରଦ ତରି ଯାଆନ୍ତି
ଯେଉଁ ରୂପ ଦେଖିବାକୁ ମୁନି ଋଷି
ଯୁଗ ଯୁଗ ତପସ୍ୟା କରନ୍ତି ।
ସେଇ ରୂପ ଦେଖାଇବ ବାରେ ଶେଷ
୫୪
ବେଳେ ଏତିକି ମୀନତି
ତରି ଯାଏ ପାପ ପଙ୍କରୁ ତୁମରି ସେ
ଦିବ୍ୟ ରୂପେ ଦେଖି ।
ସୁଖ ବୋଲି ଯାହା ଦେଇଅଛ ଠାକୁର
ସିଏତ ଅଢ଼େଇ ଦିନ
ଜୀବନ ବୋଲି ଦେଇଛ ଯାହା ସେତ
ପାଣି ଫୋଟକା ସମାନ ।
ଯେଉଁ ପରିଚୟ ଦେଇଅଛ ଠାକୁର
ଲାଗେ ସାତ ସପନ ।
ଆତ୍ମୀୟ ବୋଲି ଦେଲ ଯାହାକୁ ସିଏ
ହେଲେ ଗଳାର ଫାଶ
ମନ ବୋଲି ଯାହା ଦେଇଛ ଠାକୁର
ତାକୁ ତୁମ ପାଦେ ବାନ୍ଧ ।
ଛନ୍ଦା ଚରଣରେ ବନ୍ଧା ପଡ଼ିଗଲା ଏଇ
ମୋ ଅବୁଝା ମନ
୧୦୭
ସିଏ ମୋ ଜଗନ୍ନାଥ
ବୁଝେଇ ଦିଅ ହେ ଠାକୁର ସବୁ ମିଛ
ସତ ଏକା ତୁମେ ଭଗବାନ ।
ଯାହା ଦେଇଛ ଲୋଡ଼ା ନାହିଁ ଆଉ
ତୁମେ ଏକା ଲୋଡ଼ା ମୋର
କୋଳେଇ ନିଅ ହେ ମାଧବ ଜୀବନ
ହେଲା ଯନ୍ତ୍ରଣା ଯୁକ୍ତ ।
ଭକତ ବାନ୍ଧବ ନାମ କି ତୁମର ଆଉ
୫୪
ରହିବ ନାହିଁ
ଭକତ କାନ୍ଦିଲେ ପରା ତୁମ ଆଖିରୁ
ଲୁହ ଯାଏ ବୋହି।
ସେଦିନ ସୁଦାମା ଆଖିର ଲୁହରେ
ତୁମ ପାଦ ଥିଲା ଧୋଇ
ସବୁସୁଖ ପରା ଅଚିରେ ତୁମେ ଦେଲ
ତା’ର ପାଖେ ଥୋଇ ।
ସେଇ ପ୍ରଭୁ ନୁହେଁ କି ତୁମେ! ମୋ ପାଇଁ
କିଅାଁ ନିଷ୍ଠୁର
ମାଗୁ ନାହିଁ ସୁଖ ସୌଭାଗ୍ୟ ତାରି ଦିଅ
ଏତିକି ମାଗୁଣି ମୋର ।
ଜୟ ଜଗନ୍ନାଥ ରେ ସର୍ବ ମଙ୍ଗଳ ହେଉ
ଜୟ ଜଗନ୍ନାଥରେ ଗୁହାରି ଶୁଣିବା ହେଉ
ହେ ମହାବାହୁ.... ।
୧୦୮
ସିଏ ମୋ ଜଗନ୍ନାଥ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ