ଅଧ୍ୟାୟ ୩୭ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
କୋଟି ପ୍ରଣତି ଘେନ ଜଗନ୍ନାଥ
ତୁମ ପାଦେ ହେଲି ସମର୍ପିତ ।
୫୫
କଳାବଦନ ହେ ଦିଅ ଟିକେ ମାରି
ତୁମର ସେ କଳାରଙ୍ଗ
ସବୁ ରଙ୍ଗରୁ ମନ ଛାଡ଼ି ଗଲାଣି
ସେ ରଙ୍ଗରେ ମୋ ଭାବ ।
ମିଶିଯାଏ ବୋଲି ସବୁ ସେ ରଙ୍ଗରେ
ତୁମେ ହେଲ କଳାରଙ୍ଗ
ମୋ ଦେହରେ ବୋଳି କଳା ମିଶି ଯିବି
ତୁମଠାରେ କଛି ନ ଥିବ ଭାବ ।
ପ୍ରୀତି ରଙ୍ଗକୁ ରାଧାଙ୍କୁ ଦିଅ ମୋତେ
ଦିଅ ତୁମ କଳାରଙ୍ଗ
ସେ ରଙ୍ଗରେ ହଜିଯାଉ ମୋର ସତ୍ତା
ମିଳୁ ପରମାତ୍ମା ସଙ୍ଗ ।
ସବୁ ଫିକା ଫିକା ଲାଗେ ଆଜି ଏଇ
ଫଗୁଣର ଫଗୁ ଖେଳରେ
୧୦୯
ସିଏ ମୋ ଜଗନ୍ନାଥ
କଳାରଙ୍ଗ ମୋତେ ଭାରି ଭଲ ଲାଗେ
ମିଶି ଯିବ ସେ ରଙ୍ଗରେ ।
ଗୋଲାପି ଗୋଲାପି ଏ ମନ ମୋର
ଫିକା ଫକା ଲାଗିଲାଣି
ଜୀବନର ମାନେ ବୁଝିଗଲା ପରେ
କଳାରଙ୍ଗ ଖୋଜିଲିଣି।
୫୫
ବୁଝିଗଲା ମନ ଜୀବନ ଅଛିଣ୍ଡା
ଗଣିତ ଟିଏ ସଂସାରରେ
ଅଳିକ ଜୀବନ ମିଛ ଏ ସମ୍ପର୍କ
ଫେରିବାକୁ ଏଠି ହୁଏ ।
ତୁମ ରହସ୍ୟ କେହି ବୁଝି ନାହଁ ମୁଁ
ମୁଁ ଅଜ୍ଞାନ ନାରୀ ଟିଏ
କାହିଁକି ଫଗୁଣରେ ଭଲ ଲାଗେ ରଙ୍ଗ
ମୁଁ ଜାଣିନି ଆଜିଯାଏ ।
ବିରହରେ ରହେ ବିରହିଣୀ ରାଧା
ଦୋଳରେ ରାଧାକୃଷ୍ଣ ବିମାନେ
ପୀରତି ରଙ୍ଗ ରେ ବୁଡ଼ାଇ ଦିଅ ତୁମେ
ବରଷକ ଅଭିମାନ ସରିଯାଏ ।
କାହିଁକି କେଜାଣି ଆଜି ମନ ଖୋଜେ
ଟିକେ କଳାରଙ୍ଗ ପାଇଁ
୧୧୦
ସିଏ ମୋ ଜଗନ୍ନାଥ
ସବୁ ରଙ୍ଗ ଆଜି ବେରଙ୍ଗି ଲାଗୁଛି
କଳା ହେବି ତୁମପାଇଁ ।
ତୁମ ରଙ୍ଗ ଜଗତ ମଙ୍ଗଳପାଇଁ
ହୋଇ ଥାଏ ଶୁଣିଅଛି
ଚଉଷଠି କଳାରୁ ଟିକେ କଳା ଦିଅ
ମାଖିବାକୁ ମନ କହୁଛି ।
୫୬
୧୧୧
ସିଏ ମୋ ଜଗନ୍ନାଥ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ