ଅଧ୍ୟାୟ ୩୮ · ନଭେମ୍ବର ୧୩, ୨୦୨୬ · ୩ ମିନିଟ୍ ପଢ଼ା
କୋଟି ପ୍ରଣତି ଘେନ ଜଗନ୍ନାଥ
ମମତାର ଫଗୁ ଦିଅ ପକାଇ
୫୬
ସଂସାର ହେଉ ରଙ୍ଗିନ
ପ୍ରେମ ଫୁଲ ଫୁଟିଯାଉ ସଂସାରେ
ବୋହିଯାଉ ପ୍ରୀତି ନିଝରିଣୀ ।
ରାଧା ସହିତ ଆସ ବିମାନରେ
ଘର ଘର ବୁଲିବାକୁ
ସବୁ ଘରୁ ଈର୍ଷା ଅହଙ୍କାର ଦୂରେଇ
ଫଗୁ ରଙ୍ଗ ଖେଳିବାକୁ ।
ପ୍ରୀତିର ପଦୁଅଁ ଫୁଟାଇ ଶ୍ରୀହରି
ଆସ ଗାଁ ଦାଣ୍ଡ ବୁଲି ବୁଲି
ପ୍ରୀତି ରଙ୍ଗ ରେ ନାଚ ଢଳି ଢଳି
ବନମାଳି ହୋଇ ମତୁଆଲି ।
ସଭିଏଁ ଯାଆନ୍ତି ମନ୍ଦିର ତୁମକୁ
ଦୁଃଖ କହିବାକୁ
ତୁମେ ବରଷକେ ଥରେ ଆସ ନାଥ
ମଣିଷ ଦୁଃଖ ନେବାକୁ ।
୧୧୨
ସିଏ ମୋ ଜଗନ୍ନାଥ
ବିମାନ ରେ ଯୁଗଳ ମୂର୍ତ୍ତି ର ରଙ୍ଗ
ଖେଳ ଭଲ ଲାଗେ ଭାରି
ଗାଁ ଦାଣ୍ଡ ଉଛୁଳି ପଡ଼ୁଥାଏ ରାଧା
କୃଷ୍ଣ ନାମରେ ହୁଳହୁଳି ।
ସଭିଏଁ ଆଜି ତୁମରି ରଙ୍ଗରେ
ମତୁଆଲା ହୋଇ ଯାଇ
ନାଚନ୍ତି ସଭିଏଁ ମାନ ଅଭିମାନକୁ
୫୭
ମନରୁ ପୋଛି ଦେଇ ।
କେତେ ରୂପରେ ଆସ ତୁମେ ପ୍ରଭୁ
କେତେ ଲୀଳା କରି
କେବେ ରାମ କେବେ କୃଷ୍ଣ କଳିରେ
ଜଗନ୍ନାଥ ରୂପରେ ଅବତରି ।
ଲୀଳାମୟ ତୁମେ ଲୀଳା କର ଖାଲି
ମଣିଷ ବୁଝିବାପାଇଁ
ବୁଝିଗଲା ଯିଏ ସମର୍ପିତ ହୁଏ
ତୁମ ପାଦପଦ୍ମେ ଯାଇ।
ଯୁଗେ ଯୁଗେ ଆସ ଭକତ ପାଇଁ ହରି
ଭକତ ବାନ୍ଧବ ବୋଲି
ଭକତକୁ ହସାଅ ତାରି ଦୁଃଖ ସାଗରୁ
ତୁମେ ଦୈତାରୀ ବୋଲି ।
୧୧୩
ସିଏ ମୋ ଜଗନ୍ନାଥ
ଭାଇଚାରା ବଢ଼ାଇଦିଅ ତୁମ ରଙ୍ଗ
ଖେଳରେ ଏଇ ଜଗତରେ
କିଛି ନେବା ନାହିଁ ଫେରିବା ସଭିଏଁ
ଦେବତା ବି ଫେରନ୍ତି ଏଠାରେ ।
କେବଳ ବାର୍ତ୍ତା ଦେଇଥାଅ ସମାଜକୁ
ତୁମରି ସବୁ ଲୀଳାରେ
ରାଧାକୃଷ୍ଣ ପ୍ରେମ ଶାସ୍ୱତ ପ୍ରେମ ଏଇ
୫୭
ଧରାଧାମରେ ।
ସବୁଠୁ ସୁନ୍ଦର ଏଇ ସଂସାର ରେ ଖାଲି
ପ୍ରେମ ଫୁଲ ଦିଶିଥାଏ
ସେପାଇଁ ରାଧା କୃଷ୍ଣ ମୂର୍ତ୍ତି ଫଗୁଦଶମୀ
ରେ ଫଗୁ ରଙ୍ଗ ହୋଇଥାଏ।
ମାନ ଭାଙ୍ଗି ବାକୁ ଫଗୁ ରଙ୍ଗ ବୋଳି
ସାଥିରେ ଧରି ବୁଲନ୍ତି
ସଂସାରକୁ ପ୍ରେମର ପରିଭାଷା ବୁଝାଇ
ସେ ଦେଇଥାନ୍ତି ।
ପ୍ରେମ ବିନା କି ମଣିଷ ଜିଇଁ ପାରେ
ଏ ଅଳିକ ସଂସାରେ
ସେଥିପାଇଁ ରାଧା ହେଲେ ଅଧା ତାଙ୍କ
ଜୀବନ କାଳ ଭିତରେ ।
୧୧୪
ସିଏ ମୋ ଜଗନ୍ନାଥ
ଅମର କରି ରଖିଦେଲ ନାଥ ତୁମ
ପ୍ରେମ କୁ ଧରାଧାମରେ
ଯୁଗ ଯୁଗ ପାଇଁ ରାଧାକୃଷ୍ଣ ପ୍ରେମ
ଅମର ରହେ ସଂସାରରେ ।
ମୋହନ ବଂଶୀ ବାଜିଲାନି ଆଉ ତାଙ୍କ
ବିଚ୍ଛେଦ ପରେ
ପ୍ରେମ ସତ୍ୟ ଶିବ ସୁନ୍ଦର ଏଇ କ୍ଷଣିକ
୫୮
ଜୀବନ ଅଳିକ ସଂସାରରେ।
ଅଷ୍ଟ ପାଟରାଣୀଙ୍କ ଭିତରେ ତୁମେ ତ
ଝୁରି ହୁଅ ପ୍ରେମକୁ
ରାଧା ବିନା ତୁମେ ସବୁବେଳେ ଦୁଃଖି
ମିଛ ହସ ଦୋଖାଅ ଜଗତକୁ ।
ନୀରବ ରୁହ ତୁମେ ଭାବୁଥାଅ ରାଧା
ପ୍ରେମକୁ ଯୁଗେ ଯୁଗେ
ସେଥିପାଇଁ ଆସ ଫଗୁ ଖେଳିବାକୁ
ଏଇ ଫଗୁ ଦଶମୀରେ ।
ବୋଳି ଦିଅ ଟିକେ ରଙ୍ଗ ର ଅବିର
ରାଧା ମୁଖେ ଫଗୁ ଦଶମୀରେ
ନିଜେ ସୁଖି ହୋଇ ଟିକେ ହସି ହସାଅ
ରାଧାଙ୍କୁ ପ୍ରେମ ଅବିରରେ ।
୧୧୫
ସିଏ ମୋ ଜଗନ୍ନାଥ
ସରିବ ଫଗୁଣ ଜଳିବ ସଂସାର ବୈଶାଖି
ର ତତଲା ଝାଞ୍ଜିରେ
ତୁମେ ରହି ଯିବ ରାଧା ରହିଯିବେ ପୁଣି
ବିରହ ବତୁରା ଛାତିରେ।
କୋଟି ନମସ୍କାର ହେ ରସିକ ନାଗର
ଲୀଳା କରୁଥା ସଂସାରେ
ଛାର ନାରୀ କି ବୁଝିବି ତୁମ ଲୀଳା ପୁଣ୍ୟ
୫୮
ପାଇଁ ଲେଖେ ଧାଡ଼ିରେ ।
୧୧୬
ସିଏ ମୋ ଜଗନ୍ନାଥ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ