ଅଧ୍ୟାୟ ୩୯ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
କୋଟିଏ ପ୍ରଣତି ଘେନ ହେ ନାଥ
ତୁମ ପାଦେ ସମର୍ପିତ ।
୫୯
ଦେଖିଲି ପାହାନ୍ତି ସପନେ ତୁମକୁ
ମୋ ହୃଦୟ ମନ୍ଦିରେ
ମୃଦୁ୍ୟ ମୃଦୁ ହସରେ ଛାହିଁଛ ମୋତେ
ଚକା ଚକା ଆଖିରେ।
ନୀରବ ଓଠରେ ପଚାରୁଛ ମୋତେ
ମାନ କରିଛୁ କି ମନରେ
ମୁଁହି ପରା ବନ୍ଧା କର୍ତ୍ତବ୍ୟ ଡୋରିରେ
କର୍ମଫଳ ସଂସାରରେ।
ଭାଗ୍ୟର ଲିଖନୀ କୁ ଧରିଛି ସିନା
ଲେଖେ କର୍ମକୁ ନେଇ
ଭଲ କର୍ମକୁ କରିଯା ଏବେ ଖାଲି
ନିଶ୍ଚୟ ତରିବୁ ତୁହି ।
ସୁଖ ବୋଲି ଯାହା ଖୋଜୁଛୁ ତୁହି
ସେ ପରା ପାରବ୍ଧେ ନାହିଁ
୧୧୭
ସିଏ ମୋ ଜଗନ୍ନାଥ
ଦୁଃଖ ବୋଲି ଯାହା ଭାବୁଛୁ ତୁହି
ମାର୍ଜିତ ସେଇ କରଇ ।
ଯେମିତି ରୋଇବୁ ବୃକ୍ଷ ସଂସାରେ
ସେମିତି ଫଳ ଫଳେ
ଆମ୍ବ ଗଛରେ କି ଆମ୍ବଡ଼ା ଫଳଛି
ଦେଖିଛୁକି ସଂସାରରେ ।
୫୯
କାହିଁକି ଭାବୁଛୁ ଜୀବନକୁ ଏତେ
ସେ ପରା କ୍ଷଣିକ ସରେ
ଯାହା ତ ମିଳିଛି ଭାଗ୍ୟର ଫଳ ତୁ
ତାକୁ ଭାବି ଚଳରେ ।
ସକାଳ ସୁରୁଜ ସଞ୍ଜକୁ ପରା ଯାଏ
ଦେଖୁଛୁ ନିତିଦିନ
ସରିଲାଣି ବେଳେ ଆଉ କେତେ ଦିନ
ହେଲାଣି ଅପରାହ୍ନ ।
ଭଜୁଥା ନିତି ଲେଖୁଥା ଏମିତି ତୁ
ମୋ ନାମକୁ ସବୁ ଦିନ
ମଧୁର ନାମେ ପରା ହୋଇଲା ସାଧୁ
ସେଇ ଦସୁ୍ୟ ରନôାକର।
ଟିକି ପିଲା ଧୃବ ଖୋଜିଲା ବୋଲି ସେ
ଧୃବତାରା ଆକାଶର
୧୧୮
ସିଏ ମୋ ଜଗନ୍ନାଥ
ସେ ନାମ ରସକୁ ଯିଏ ତ ପିଇଛି
ବୁଝେ ମାନେ ଜୀବନର।
କାହିଁକି କରିଛୁ ମାନ ମୁଁ ପରା ଶୁଣେ
ତୋ ଭଜନ ନିତି ଦିନ
ଭକତ ବାନ୍ଧବ ବୋଲି ମୁଁ ଆସିଲି
ମାନ ରଖି ଭକତର।
୬୦
ଲେଖିନୁ କି ଆଜି ନୀରବ କାହିଁକି
ଲେଖନୀ ଅଛି ତୋର
ନିଦ ଭାଙ୍ଗିଲା ଭାବିଲି ଦେଖୁଥିଲି କି
କାଳିଆକୁ ନିଦେ ମୋର
ଲୁହ ବୋହିଗଲା ମାନ ଭାଙ୍ଗିଗଲା
କଲି କୋଟିଏ ନମସ୍କାର ।
କିଏ କହେ ନାହାନ୍ତି ଠାକୁର ବୋଲି
ଜଗତରେ କେହିତ
ମୁଁ କହେ ଅଛନ୍ତି ଅନୁଭବରେ ପରା
ସେ ଅନୁଭବ ଠାକୁର ।
କର ହେ ଜଗତ ଜନର ମଙ୍ଗଳ
ଏତିକି ମାଗୁଣି ମୋର
ଜୟ ଜଗନ୍ନାଥରେ ସଭିଙ୍କର ଦୁଃଖ
ହୋଇ ଯାଉ ଦୂର ।
୧୧୯
ସିଏ ମୋ ଜଗନ୍ନାଥ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ