ଅଧ୍ୟାୟ ୪୦ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
କୋଟି ପ୍ରଣତି ହେ ଜଗନ୍ନାଥ
ତୁମ ପାଦ ତଳେ ସମର୍ପିତ ।
୬୦
ମୁଁ ଜାଣିନି କିଏ କେଉଁଠୁ ଆସିଛି
କିପରି ଅଛି ମୁଁ ଏଠି
ଏତିକି ଜାଣିଛି କେହିତ ଜଣେ ହିଁ
ଅଛି ମୋ ହାତ ଧରିଛି।
ତୁମେ ତ ସେଇ ଅଦୃଶ୍ୟ ଶକ୍ତି ଅଛ
ଅଦୃଶ୍ୟେ ସବୁ କରୁଛ
ମୋର ଚିନ୍ତା ଚେତନା ବିବେକରେ
ତୁମ ବାଟ ଦେଖାଉଛ।
ସେଇ ଅଦେଖା ଚରଣ ତଳେ ନିତି
ପ୍ରଣତି ଢାଳେ ଅଧମା
କଣ ଘଟୁଛି ଏସବୁ ତୁମେ ଜାଣ,
ମୁଁ ଜମା ଜାଣିପାରେ ନା ।
ଆତୁରେ ଡାକିଲେ ଆସି ମୋ ଲୁହ
ପୋଛି ବୁଝାଇ ଦିଅ
୧୨୦
ସିଏ ମୋ ଜଗନ୍ନାଥ
ଦୁଃଖ ରେ ଥିଲେ ଆସି ମିଠା ମିଠା
କଥାରେ ଭୂଲାଇ ଦିଅ ।
ସେଇ ପ୍ରଭୁ ନୁହେଁ କି ତୁମେ ଯିଏ
ମୋ ହୃଦୟ ଭିତରେ
ଆସ ପ୍ରତି ମୁହୂର୍ତ୍ତରେ ମୋ ଧମନୀ
ରେ ମୋ ନିଃଶ୍ୱାସ ରେ।
୬୧
ଜନ୍ମ ହେଲି ତୁମ ନିର୍ଦେଶରେ ପୁଣି
ବଞ୍ଚେ ତୁମ ପାଇଁ ଠାକୁରେ
ସବୁ ତୁମରି ଲୀଳା ଯାହା ଘଟୁଛି
ସବୁ ଏଇ ସଂସାରରେ।
କେମିତି କହିବି ନାଥ ତୁମେ ଆସ
ନିତି ଅନୁଭବ ରେ
ତେଣୁ ଅନୁଭବ ର ଠାକୁର ବୋଲି
ହୁରି ପଡ଼ୁଛି ସଂସାରରେ।
ପାଶେ ଥାଅ କି ଦୂରେ ଥାଅ ମୋର
ଜମା ଦୁଃଖ ନାହିଁ ନାଥ
ତୁମେ କିନ୍ତୁ ଆସୁ ଥାଅ ବାରଂବାର
ଅନୁଭବରେ.... ।
୧୨୧
ସିଏ ମୋ ଜଗନ୍ନାଥ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ