ଅଧ୍ୟାୟ ୫ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ
ଭବ ତୁମେ..
୧୧
କୋଟି ପ୍ରଣତି ହେ ଜଗନ୍ନାଥ
ସମର୍ପିତ ନାଥ ସମର୍ପିତ...
ଏ ସୃଷ୍ଟି ର ଓଂକାର ରେ ତୁମେ
ଏ ସୃଷ୍ଟି ର ଆଦି ଅନ୍ତ
ଜୀବନ ଦାତା ହେ ଜ୍ଞାନ ଦାତା ତୁମ
ବିନା ଏ ମଣିଷ ଅନ୍ଧ ।
ହେ ଦିବ୍ୟ ଦ୍ରଷ୍ଟା ଜାଳିଦିଅ ତୁମେ
ଜ୍ଞାନର ପ୍ରଦୀପ ଆଜି
ମଣିଷ ମନରୁ ଦୁର୍ଗୁଣକୁ ଦିଅ
ପ୍ରଭୁ ସବୁ ପୋଛି ।
ସାତ୍ତ୍ୱିକ ଭାବନା ଦେଇ ତାମସ
ରଜ ଗୁଣକୁ ପରିହର
ଏଇ ମଣିଷକୁ ସଦା ଦେଇ ଥାଅ
ସଦ୍ ଗୁଣ ନାରାୟଣ ।
୨୧
ସିଏ ମୋ ଜଗନ୍ନାଥ
ତମସାଛନ୍ନ ହେଲା ଏଇ ଜୀବନ
ଦିଅ ଦିବ୍ୟ ଜ୍ୟୋତି
ହେ ଜ୍ୟୋତିର୍ମୟ ତୁମ ବିନା କି
ମଣିଷ ପାଇବ ମୁକ୍ତି।
ଅନେକ ରାସ୍ତା ଦିଶେ ଚଲାପଥେ
ଅନେକ ମୋଡ଼ାଣୀ ଅଛି
ଗୋଟିଏ ରାସ୍ତା ବାଟ ଚାଲିବାକୁ
୧୧
ନିଶ୍ଚୟ ରହିଅଛି ।
ସେଇ ବାଟ ମୁଁ ଖୋଜେ ସବୁ ବେଳେ
ଆନ ବାଟ ଲୋଡ଼ା ନାହିଁ
ସତ ବାଟ ଦେଖା ହେ ନାଥ
ଆନ କିଛି ଚାହୁଁ ନାହିଁ ।
ଅଜ୍ଞାନି ନାରୀ ବୁଦ୍ଧି ବିବେକ କମ୍
ରହିଥାଏ ମୋ ଠାରେ
ହେ ଜ୍ଞାନଦାତା ଦିଅ ଜ୍ଞାନ ଟିକେ
ଫେରିବାକୁ ବାଟ ପାଏ ।
ମୋ ଅଜାଣତରେ ମୁଁ କେଉଁ ଲବଙ୍ଗ
ଦୀପରେ ବନ୍ଦୀ ହେଲି
ଯାହାକୁ ଚାହିଁଲି ସବୁ ପର ବୋଲି
ମୁଁ ଅନୁଭବ କଲି।
୨୨
ସିଏ ମୋ ଜଗନ୍ନାଥ
ଆହେ ଦୟାମୟ ଉଦ୍ଧାର କର ଏ
ମାୟା ପୁରି ରୁ ମତେ
ଦରକାର ନାହିଁ ରାଜ ସିଂହାସନ ପ୍ରଭୁ
ଦରକାର ତୁମ ପାଦଧୂଳି ଟିକେ ।
୧୨
୨୩
ସିଏ ମୋ ଜଗନ୍ନାଥ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ