ଅଧ୍ୟାୟ ୪୧ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
କୋଟି ପ୍ରଣତି ହେ ଜଗନ୍ନାଥ
ତୁମ ପାଦେ ସମର୍ପିତ ।
୬୧
ଜାଣେନା ପ୍ରଭୁ କେମିତି ଡାକିବି
ପାପି ମନେ ପୁଣ୍ୟ ପାଇଁ
ସାରା ଜୀବନ କଳୁଷତା ମନେ
ଡାକିବାକୁ ଡରେ ମୁହିଁ ।
ଜାଣେନା ତୁମର ଆବହନି ମନ୍ତ୍ର
କେମିତି ଡାକିିବି ନାଥ
ମନ୍ତ୍ର ମୁଗ୍ଧ ଠାକୁର ତୁମେ ଗୀତ
ଗୋବିନ୍ଦ ଜାଣିନିତ ।
ସବୁ ତୁମର କି ଅବା ଆଉ ଅଛି
ଦେଇ ପାରିବି ମୁହିଁ
ସକାଳ ହେଲେ ଲେଖେ ଦୁଇ ଧାଡ଼ି
ତୁମକୁ ଦେବା ପାଇଁ।
ବାଡ଼ିର ଫୁଲ ତୁମ ନିର୍ଦେଶ ରେ ତ
ଫୁଟି ଯାଏ ସବୁ ଦିନ
୧୨୨
ସିଏ ମୋ ଜଗନ୍ନାଥ
କି ଭୋଗ ଦେବି ତୁମୁକ ତୁମର ତ
ସବୁ ହେ ଭଗବାନ।
ପାପ ନାଶନ ହେ ଭଗବାନ ପ୍ରଭୁ
ଧରିଲେ ନାମ ତରିବି
ସେଥିପାଇଁ ନିତି ତୁମ ନାମ ଧରି
ପାହିଯାଏ ମୋ ରାତି ।
୬୨
କି ଦେଇ ପାରିବି କୁହ ହେ ଠାକୁର
ପ୍ରାଣ ପରା ତୁମ ଦାନ
ହୃଦୟର କୋହ ଆଖି ଲୁହ ଛାତିର
ବ୍ୟଥା ସବୁ ଅଟେ ତୁମର ।
ମନ ବୋଲି ଯାହା ଦେଇଛ ମୋତେ
ସେ ନୁହେଁ ଆୟତରେ
ବିବେକ ଦେଇ ମାନୁଛି ଠାକୁର
ସେ ତୁମ ଆୟତ୍ତରେ।
ଖାଲି ଏ ଚର୍ମ ଆବରଣ ଦେହ ବି
ମୋର ନୁହେଁ
ଆତ୍ମା ଛାଡ଼ିଥିଲେ ସେ ଦେହ ଦିନେ
ଦୁର୍ଗନ୍ଧ ବି ହୋଇଯାଏ ।
କିଛି ନାହିଁ ଦେବାପାଇଁ ହାତ ଟେକି
ସମର୍ପିତ ହୋଇଲି
୧୨୩
ସିଏ ମୋ ଜଗନ୍ନାଥ
ତୁମେ ପରମାତ୍ମା ଏ ଆତ୍ମା ତୁମର
ନିଅ ପାଖେ ଡାକି ଦେଲି।
ଜୟ ଜଗନ୍ନାଥ ରେ ସର୍ବ ମଙ୍ଗଳ ହେଉ
ଜୟ ଜଗନ୍ନାଥ ରେ ଦିନ ଭଲେ କଟିଯାଉ
ହେ ମହାବାହୁ...
ଭୂଜ ତଳେ ଏ ଜଗତ ରହିଥାଉ... ।
୬୨
୧୨୪
ସିଏ ମୋ ଜଗନ୍ନାଥ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ