ଅଧ୍ୟାୟ ୪୨ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
କୋଟି ପ୍ରଣତି ଘେନହେ ପରମାତ୍ମା
ଆତ୍ମା ହେଲା ସମର୍ପିତ
୬୩
ସକଳ ଜନର ଦିନ ଶୁଭ କର
ହେ ପ୍ରଭୁ ଜଗନ୍ନାଥ।
ରାତି ପାହିଲେ ତୁମେ ଆସ ନାଥ
ଜ୍ୟୋତି ପ୍ରକଟିତ କରି
ତୁମକୁ ଦେଖିଲେ ହୃଦୟେ ଉଠେ
ଭକତି ପ୍ରଦୀପ ଜାଳି।
ନାଥ ହେ ତୁମ ନାମରେ ଜଳୁଥାଉ
ମୋର ଆତ୍ମା ସଳିତା
ପରମାତ୍ମା ହେ ଶରୀର ଛାଡ଼ିଲେ
ହେବ ତୁମ ସାଥେ ଦେଖା ।
ମଧୁର ମଧୁର ସବୁତ ମଧୁର
ମଧୁମୟ କର ଜୀବନ
ଭିକ୍ଷୁ ହୃଦୟ ତୁମରି ଭାବନାରେ
କଳୁଷତା ହେଉ ଦୂର ।
୧୨୫
ସିଏ ମୋ ଜଗନ୍ନାଥ
ଘେନ ଭକତି ଫୁଲ ଆଞ୍ଜୁଳାଏ
ଦେଲି ତୁମ ପଦ୍ମ ପାଦେ
ଦିନ ଶୁଭମୟ ହେଉ ଶୁଭଙ୍କର
ଏତିକି ମାଗୁଣି ପାଶେ ।
ଅନେକ ଯାତନା ଲେଖିଛ ମଣିଷ
ଜୀବନ ଖାତାରେ ତୁମେ
ଭାଗ୍ୟ ଭଗବାନ ତୁମେ ଏକା ନାଥ
୬୩
ଜୀବନ ଛନ୍ଦା ଚରଣେ।
ତେଣୁ ପ୍ରଭାତରେ ତୁମରି ବନ୍ଦନା
ଏଇ ତୁଣ୍ଡ ଗାଉଥାଏ
ତୁମ ନାମ ରସରେ ଜୀବନର ସବୁ
ଶୋଷ ମେଣ୍ଟି ଯାଏ ।
କାମନା ବାସନା ହରି ଯାଇ ମନୁ
ତୁଳସୀ ତୁଳସୀ ବାସେ
ପଦ୍ମଲୋଚନ ହେ କଳା ବଦନରେ
ଚକା ଚକା ଆଖି ଦିଶେ ।
ସେ ଆଖି ଚାହିଁଲେ ବହୁତ ଭାବନା
ମନରେ ଯେ ଆସୁଥାଏ
କାହିଁକି ସବୁ ଦେଖି ଏ ଆଖି ନୀରବେ
ଜଗତକୁ ଚାହିଁ ଥାଏ ।
୧୨୬
ସିଏ ମୋ ଜଗନ୍ନାଥ
ସେଇ ଚାପା ହସରେ ବହୁତ ଦୁଃଖ
ଲୁଚି ଥାଏ କିଏ ଜାଣେ ।
ଲୀଳାମୟଙ୍କର କେତେ ଯେ ଲୀଳା
ତାଙ୍କୁ ସବୁ ଜଣାଥାଏ
ମୁଁ ଛାର ନାରୀ ଭଲ ପାଏ ବୋଲି
ତାଙ୍କ ନାମ ଲେଖୁଥାଏ ।
୬୪
ପାରି ହେବି ବୋଲି ଏ ଭବ ସାଗରୁ
ବସେ ଭରସା ନାବରେ ।
୧୨୭
ସିଏ ମୋ ଜଗନ୍ନାଥ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ