ଅଧ୍ୟାୟ ୪୩ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
କୋଟି ପ୍ରଣତି ଘେନ ଜଗନ୍ନାଥ
୬୪
ତୁମ ପାଖେ ସମର୍ପିତ ।
ମୁଁ ମୁଁ ବୋଲି କେତେ ହେଉଥାଏ
ଅହଂଭାବ ଏ ମନରେ
ଫେରିଯାଏ ଯେବେ ସବୁ ରହିଯାଏ
ଏରୁଣ୍ଡି ବନ୍ଧ ଭିତରେ ।
ଛଅ ଖଣ୍ଡ କାଠରେ ଶେଷ ସବାରୀ
ଘରେ ରହିଯିବ ପଡିÿ
ମୁଠାଏ ପାଉଁଶ ହେବୁରେ ଧନ
ଯେବେ ଜୁଇ ଯିବ ଜଳି ।
କାହିଁକି ମନ ବାନ୍ଧୁଛୁ ଏତେ ଆଣ୍ଟ
ଏଇ ଅଛି ହେଇ ନାହିଁ
ବାଣ୍ଟିଯା ମମତା ଆଉ କି ମଣିଷ
ଜୀବନ ପାଇବୁ ତୁହି ।
ଆଜି ଚିହ୍ନା ମୁହଁ କାଲିକି ଅଚିହ୍ନା
ଠିକଣା ରହିବ ନାହିଁ
୧୨୮
ସିଏ ମୋ ଜଗନ୍ନାଥ
ଥରେ ମନ ଭାବରେ କେଉଁଠୁ ଆସି
ଏଇଠି ଅଛୁ ତୁହି ।
ମମତା ବନ୍ଧନ ଏ ମାୟା ସଂସାର
ବୁଝି ପାରୁନିକି ତୁହି
ଖାଲି ଆସିଛୁ ତ ଖାଲି ଫେରିଯିବୁ
ରାମ ନାମ ସାଥେ ନେଇ ।
୬୫
ଏଇ ଜୀବନ କେତେ ଜଞ୍ଜାଳ ଯୁକ୍ତ
ତାଙ୍କ ଇଛାରେ ସିନା ମୁକ୍ତ
ଭାଙ୍ଗି ପଡ଼ିଲେ ମନ ସେ ନାମ ଏକା
ସିନା ଧୈର୍ଯ୍ୟ ସାହସ।
ଆଉ କିଏ ଅଛି ମଙ୍ଗଳ ମୟ ହେ
ତାଙ୍କ ପରି ସଂସାରରେ
ସବୁ ରୂପ ତାଙ୍କ ଭିତରେ ସେ ଏକା
ପରମ ବ୍ରହ୍ମ ଜଗତରେ ।
କଳିରେ ଜଗନ୍ନାଥ ସେ ଦାରୁବ୍ରହ୍ମ
ତାଙ୍କ ବିନା ଗତି ନାହିଁ
ଭଜ ରେ ମନ ତୁ ଗୋବିନ୍ଦ ଗୋବିନ୍ଦ
ଜଗନ୍ନାଥ ପରା ସେଇ ।
କେତେ ମିଠା ସତରେ କାଳିଆ ନାମ
ମହୁଠାରୁ ମିଠା ସେଇ
୧୨୯
ସିଏ ମୋ ଜଗନ୍ନାଥ
ଥରେ ମିଶିଥିଲେ ଆଖିକୁ ଆଖି
ଆଉ କିଛିତ ଲୋଡ଼ା ନାହିଁ ।
ଥରେ ଯଦି ମନ ଦେଲୁ କାଳିଆକୁ
ଆଉ ଭାବ ଲୋଡ଼ା ନାହିଁ
ଜଗତର ମଙ୍ଗଳ କର ହେ ସାଇଁ
ଏ ଭଜନ ତୁମ ପାଇଁ ।
୬୫
ଦେଇଛ ବୋଲିତ ମଣିଷ ଜନମ
ଦୁଇ ହାତ ମୋର ଅଛି
ଗୋଟିଏ ହାତ ପାପ ଗୋଟିଏ ପୁଣ୍ୟ
ନିତି ସାଉଁଟି ଚାଲିଛି ।
ହିସାବ ତୁମ ପାଖରେ ନାଥ ମୁଁହି
ଛାର ନାରୀ ଏ ସଂସାରେ
କ୍ଷମିବ ନାଥ ଯଦି କିଛି ଭୂଲ କରେ
ନିତିଦିନ ଜୀବନରେ।
୧୩୦
ସିଏ ମୋ ଜଗନ୍ନାଥ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ