ଅଧ୍ୟାୟ ୪୪ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
କୋଟି ପ୍ରଣତି ହେ ନାଥ
ତୁମ ମାଟି ଛୁଇଁ ଦେଲେ ମନୁ
ଦୁଃଖ ସରିଯାଏ ୬୬
ପତିତପାବନ କୁ ଚାହିଁ ଦେଲେ
ପାପ ସରିଯାଏ ।
ପୁଣ୍ୟ ର କ୍ଷେତ୍ର ଅଟେ ପରା
ଶଙ୍ଖକ୍ଷେତ୍ର
ସେଠି ମିଳିଥାଏ ମଣିଷ କୁ
ଜୀବନରେ ମୂଳମନ୍ତ୍ର ।
ଚାହିଁ ଦେଲେ କଳା ଶ୍ରୀମୁଖ କୁ
ମନ ରେ ପୁଲକ ଭରେ
ମୋହ ମାୟା ତୁଟିଯାଏ ମନୁ
କାଳିଆ ଭାବ ବଢେ।
ସ୍ୱର୍ଗ ଦୁଆରକୁ ଚାହିଁ ଦେରେ
ପାପି ମଣିଷ
ଭାଙ୍ଗିଯିବ ତୋ ମନରେ ଥିବା
ଗର୍ବ ଅହଂ ଭାବ ।
ମୁଠାଏ ପାଉଁଶ ପରା ଏଇ
ସୁନ୍ଦର ଶରୀର ତୋର
୧୩୧
ସିଏ ମୋ ଜଗନ୍ନାଥ
କାହିଁକି ମନରେ ରଖୁଛୁ ଏତେ
କୁଟିଳ ଭାବ।
ତୁମ ଡାକରେ ସିନା ମଣିଷ ତୁମ
ପାଖକୁ ଆସେ
ତୁମ ଇଛାରେ ସିନା ଏଇ ଜୀବନ
ରଥ ଚାଲେ ସଂସାରେ ।
ଦେଖା ଦିଅ ହେ ମୋର କଳା ଠାକୁର
୬୬ ସହଳ ସହର
ତୁମକୁ ଦେଖିବାକୁ ପରା ଏମନ
ହେଲାଣି ଚଞ୍ଚଳ ।
ଅଠର ନଳାରୁ ତୁମ ମୁହଁ ମୋତେ
ଦିଶିଲାଣି
ମୋମନ ରେ ବ୍ୟଗ୍ରତା ଧିରେ ଧିରେ
ବଢ଼ିଗଲଣି
ସବୁ ସମସ୍ୟାର ସମାଧାନ କରିବ
ନାଥ ଏତିକି ମାଗୁଣି ।
ଜୟ ଜଗନ୍ନାଥ ରେ ସର୍ବ ମଙ୍ଗଳ କର
ହେ ନାଥ
ବାଟ ମଙ୍ଗଳା ରୁ ତୁମକୁ କରେ କୋଟି
ପ୍ରଣିପାତ।
ମଙ୍ଗଳ କର ହେ ମଙ୍ଗଳ ମୟ ମୋ
ହୃଦୟର ଠାକୁର
ସାଷ୍ଟାଙ୍ଗ ପ୍ରଣାମ କରୁଚି ଘେନ
ହେ ଠାକୁର ।
୧୩୨
ସିଏ ମୋ ଜଗନ୍ନାଥ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ