ଅଧ୍ୟାୟ ୪୫ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
କୋଟି ପ୍ରଣତି ଘେନ ଜଗନ୍ନାଥ
ତୁମ ପାଦେ ଆତ୍ମା ହେଲା ସମର୍ପିତ ।
୬୭
ଯେଉଁ ଫୁଲ ରେ ପୁଜିଲେ ତୁମକୁ
ତୁମେ ତ ଯାଉଛ ଋଷି
କୁହ ହେ ଠାକୁର କେମିତି ପୂଜିବି
ତୁମେ ହେବ ଆଜି ଖୁସି ।
କୁବୁଜାର ପରି ଭାବରେ କି ମୁହିଁ
ଚନ୍ଦନ ଘୋରିଲି ନାହିଁ
ସେଥିପାଇଁ ମୋର ଚନ୍ଦନ ତୁମୁକ
ମହମହ ବାସୁ ନାହିଁ ।
ଦେଇନି କି ତୁଳସୀ ଦୟଣା ନାଥ
ମୁଁ ତୁମରି ପୂଜା ପାଇଁ
ସେଥିପାଇଁ ତୁମେ ଋଷି ଯାଉ ଅଛ
ମୋ ପୂଜିଲେ ତୃପ୍ତି ନାହିଁ।
ଢାଳିଦେଲି ଅବିର ତୁମ ପାଦରେ
ଖୁସି ହେବ ବୋଲି
୧୩୩
ସିଏ ମୋ ଜଗନ୍ନାଥ
ରାଧା ନୁହେଁ ବୋଲି ଚାହିଁଲ ନାହିଁ
ତୁମେ ଦେଲ ଆଖିବୁଜି ।
ଢାଳି ଦେଲି ଲୁହ ରାତି ସାରା ଟିକେ
ତୁମ ପାଦ ଓଦା ନାହିଁ
ନୁହେଁ ବୋଲି ମୁଁ ସୁଦାମା ବନ୍ଧୁ ତୁମେ
ଆଡ଼ନୟନେ ଚାହୁଁନାହିଁ।
୬୭
ଲେଖୁନାହଁ ବୋଲି ଜୟଦେବଙ୍କ
ଗୀତ ଗୋବିନ୍ଦ ଛାନ୍ଦେ
ସେଥିପାଇଁ ନାଥ ମୋ ଭଜନ ଶୁଣୁ
ନାହିଁ ତ ଆସି ମୋ ପାଖେ ।
ଅହଲ୍ୟା ପରି ପାଷାଣୀ ହୋଇ ପଡ଼ି
ରହିଥିବି ତୁମପାଇଁ
ତୁମ ପାଦ ସ୍ପର୍ଶ ଦେବେ ଯେବେ ମୁଁ
ଉଠିବି ଥିଲିକି ଶୋଇ ।
ଶ୍ରମଣାର ଅପେକ୍ଷା ଯୁଗ ପରେ ଯୁଗ
ରହିଯାଉ ମନେ ମୋର....
ଚାହିଁଚି ନାଥ ଯେ ଚାତକ ପରି ତୁମେ
କେବେ ଆସିବ ମୋ ଘର ।
ଅନ୍ତ ହେବା ଯାଏ ଏଇ ଜୀବନ ମୋର
ତୁମକୁ ମୁଁ ଖୋଜୁ ଥିବି ।
୧୩୪
ସିଏ ମୋ ଜଗନ୍ନାଥ
କହିବି ମନକଥା ଖୋଲି ତୁମକୁ
ଗୋଟି ଗୋଟି ବସି
ମରିଯାଉଥିବା ଲୁହ ଆଖିରୁ ମୋ
ଯିବ ତୁମ ପାଦେ ଖସି ।
ଧୋଇବି ଚରଣ ତୁମର ସେଦିନ
ଖୁସି ହୋଇ ହୃଦୟରୁ
ଧନ୍ୟ ହେବ ନାରୀ ଜନମ ଫେରାଇ
ଦେବି ତୁମର ଲୁହକୁ । ୬୮
କେତେ କନ୍ଦାଇବ ହୃଦୟ ଠାକୁର
ଆଉ କାନ୍ଦି ପାରୁ ନାହିଁ
ଲୁହ ଶୁଖିଲା ମୋର ପଥର ହେଲି
କଳିଯୁଗ ନାରୀ ମୁହିଁ ।
ପାଞ୍ଚାଳୀ ପରି ମାନ ରଖ ନାଥ ହେ
ଦୁଇ ହାତ ଟେକି ଦେଲି
ରଖ ଚକ୍ରଧର ତୁମରି ପାଦରେ
ଶରଣ ପଶିଲି ମୁହିଁ ।
ଜଗତ ମଙ୍ଗଳ କର ଜଗନ୍ନାଥ
ମଙ୍ଗଳ ମୟ କଳା ଠାକୁର
ତୁମ ଭଜନରେ ମନ ହେଉ ଶାନ୍ତ
ଏହି ମାଗୁଣି ମୋର ।
୧୩୫
ସିଏ ମୋ ଜଗନ୍ନାଥ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ