ଅଧ୍ୟାୟ ୪୬ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
କୋଟି ପ୍ରଣତି ଘେନ ହେ ନାଥ
ଗୋବିନ୍ଦ ଗୋବିନ୍ଦ ହେ ଗୋବିନ୍ଦ
୬୮
ଛନ୍ଦା ଚରଣରେ ଏମନକୁ ବାନ୍ଧ
ଆନନ୍ଦ ଆନନ୍ଦ ହେ ଆନନ୍ଦମୟ
ତୁମ ନାମରେ ଜୀବନ ମଧୁମୟ
ହେ କମଳାକାନ୍ତ ପ୍ରଭୁ ଶ୍ରୀଜଗନ୍ନାଥ
ଶ୍ରୀ ରେ ଭରି ଦିଅ ନାଥ ଏଜଗତ
ହଟିଯାଇ ସବୁ ଦୁଃଖ ଅବଶୋଷ
ଆନନ୍ଦ ଭରିଦିଅ ହସୁଥାଉ ଜଗତ ।
ତୁମ ନାମ ସବୁଠୁ ବଡ଼ ମହୋଷଧି
ଦିଏ ରୋଗ ଶୋକରୁ ନିଶ୍ଚୟ ମୁକ୍ତି
ହୃଦୟ ଭିତରେ ତୁମକୁ ଦେଖିଲେ
ତନମନ ଆପେ ପବିତ୍ର ହୋଇଯାଏ ।
ଜାଣିନକି ନାଥ ଦୁଃଖ ସାଗରରେ
ଜାଣିନକି ନାଥ ଦୁଃଖ ସାଗରରେ
ଜୀବନ ଭାସେ ଅହରହ ସଂସାରେ
ଯନ୍ତ୍ରଣା ବଢ଼ିଗଲେ ତୁମକୁ ଖୋଜେ
ମୃତସଞ୍ଜିବନି ମିଳେ ତୁମ ନାମରେ ।
୧୩୬
ସିଏ ମୋ ଜଗନ୍ନାଥ
ଭାସୁଛି ଜୀବନ ତରି ମଝି ନଈରେ
କେମିତି ପାରିହେବି କୁହ ଠାକୁରେ
ଅବଶ ଦେହକୁ ଭାରକ୍ରାନ୍ତ ଏମନ
ତଥାପି ବୋଝ ବୋହୁଛି ଏ ଜୀବନ।
ସକାଳରୁ ସଞ୍ଜ ଡାକେ ଦିବା ନିସି
ଲାଘବ କର କଷ୍ଟ ହେ କମଳାପତି
ପାହୁ ଦୁଃଖରାତି ଦିବ୍ୟଜ୍ୟୋତି ରେ
୬୯
ହସୁ ସଂସାର ତୁମ ମଧୁର ହସରେ ।
ମଧୁମୟ ହେ ମଧୁସୂଦନ ଦାରୁବ୍ରହ୍ମ
ତୁମ ପାଦରେ କୋଟି ନମଃ ନମଃ
ଜୀବ ଜାଗି ଉଠୁ ନେଇ ତୁମ ନାମ
ସର୍ବ ମଙ୍ଗଳ ହେଉ ହେ ଜଗନ୍ନାଥ ।
ଆସ କୃଷ୍ଣ ରୂପରେ ରାଧା ସାଙ୍ଗରେ
ହସୁଥାଅ ବସି ନାଥ ଦୋଳ ବିମାନେ
ଫଗୁ ଦଶମୀରେ ଦିଅ ଅବିର ଛାଟି
ରଙ୍ଗମୟ ହେଉ ଜୀବନ ଉଠୁ ଝଲସି ।
ପ୍ରେମର ମୁରଲୀ ବଜାଇ ଦିଅ ନାଥ
ପ୍ରେମମୟ ହୋଇ ଉଠୁ ଏଇ ଜଗତ
ଈର୍ଷା ବଢ଼ିଗଲାଣି ଏଇ କଳିଯୁଗରେ
ମମତା ବଢ଼ାଇଦିଅ ମୁରଲୀ ସ୍ୱରରେ ।
୧୩୭
ସିଏ ମୋ ଜଗନ୍ନାଥ
ଫଗୁ ଦଶମୀରେ ଆସ ଫଗୁ ରଙ୍ଗରେ
ରଙ୍ଗିନ କର ଜୀବନ ଫିକା ସଂସାରେ
ମମତାରେ ମଞ୍ଜି ବୁଣି ଦିଅ ସଂସାର ରେ
ଝରୁ ମମତାର ଝରଣା ପ୍ରତି ହୃଦୟରେ।
ଏତିକି ମୀନତି ଠାକୁର ତୁମ ପାଦତଳେ
ସମର୍ପିତ ହେଉ ଜୀବନ ତୁମ ପାଦରେ
ସରିଯାଉ ସବୁ କାମନା ବାସନା ଏଇଠି
୬୯
ଆଉ ଜନମ ଦେବନି କରେ ଏହି ମୀନତି ।
୧୩୮
ସିଏ ମୋ ଜଗନ୍ନାଥ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ