ଅଧ୍ୟାୟ ୪୭ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
କୋଟି ପ୍ରଣତି ଘେନ ହେନାଥ
ତୁମ ପାଦେ ସମର୍ପିତ।
୭୦
ଜଗନ୍ନାଥ ହେ ପରମବ୍ରହ୍ମ ସତ୍ୟ
ଶିବ ସୁନ୍ଦର ସନାତନ
ପରବ୍ରହ୍ମ ତୁମେ ହେ ଲୀଳାମୟ
ଅନନ୍ତ ଅସୀମ ରହସ୍ୟ।
କେବେ ହସ କେବେ ଦିଅ ଲୁହ ନାଥ
ପରୀକ୍ଷା ତ ବାରମ୍ବାର
ଭସାଇ ଦିଅ ପୁଣି କୂଳକୁ ନିଅ
ତୁମେ ସଂସାର ଚାଳକ।
ତୁମେ ନଦୀ ନାଉରୀ ଡଙ୍ଗା କାତ
ମୁଁ ତ କିଛି ବି ନୁହଁ ।
ଭାସୁଛି ଭବ ଜଳରେ ନାଥ ହେ
ଥରେ ତ କୋଳେଇ ନିଅ ।
ଭକତ ଆଖିର ଲୁହ ତୁମେ କେବେ
ସହି ପାରନି ଠାକୁର
୧୩୯
ସିଏ ମୋ ଜଗନ୍ନାଥ
ତେଣୁ ତୁମେ ସିନା ଅଟ ହେ ନାଥ
ସଂସାରେ ଭକତ ବାନ୍ଧବ।
କେଡ଼େ ଦୟାବନ୍ତ ହେ ଜଗନ୍ନାଥ
କିଏ ଅବା ନ ଜାଣିଛି
ଅନୁଭବ ର ଠାକୁର ଅନୁଭବ
ରେ ପାଖେ ରହି ଅଛି ।
୭୦
ଭକତ ପାଇଁ ସିନା ବାର ମାସରେ
ତେର ପରବ ତୁମର
ଫରଫର ଉଡ଼େ ନେତ ତୁମେ ପରା
ଦୁଃଖ ନାଶନ ଭଗବାନ।
କାନ୍ଦି ଦେଲେ ଥରେ ତୁମ ଆଗରେ
ତୁମେ ଆସ ଧାଇଁ ପାଶେ
ପୋଛି ଦିଅ ଲୁହ ଭକତି ଆଖିରୁ
ତୁମର ଅଦୃଶ୍ୟ ହାତେ ।
ଲୁହ ବୋହିଗଲେ ତୁମରି ଆଗରେ
ତୁମେ ଭିଜି ଯାଅ ଲୁହେ
ଠାକୁର ନାହାନ୍ତି କିଏ ସେ କହୁଛି
ସେ ଚଳନ୍ତି ଦିଅଁଟାଏ।
କାନ୍ଦିଥିଲି କାଲି ପାଖରେ ତାଙ୍କର
ଦେଲେ ତ ଖୁସି ଅଜାଡ଼ି
୧୪୦
ସିଏ ମୋ ଜଗନ୍ନାଥ
କାହିଁକି କହିବି ନାଥ ଏ ସଂସାରେ
ତୁମେ ତ ନାହଁ ବୋଲି ।
ଯିଏ ତ ବୁଝିଛି ସିଏ ତ କହିବ
ତୁମ ଅଛ ଆମ ପାଖେ
କହୁଅଛ କେତେକଥା ତ ମୌନରେ
ବୁଝିଲା ବାଲା ବୁଝେ ।
୭୧
ଦେଖୁଛ ସବୁ ନ୍ୟାୟ ଅନ୍ୟାୟ ଧରିଛ
ନିକିତି ତୁମ ହାତରେ
ତଭଲି ଚାଲିଛ ପାପ ପୁଣ୍ୟକୁ ନାଥ
ଫଳ ଦିଅ ଯା ଭାଗ୍ୟରେ ।
କୋଟି ପ୍ରଣତି ଘେନ ହେ ନାଥ
ମୁହିଁ ଅବଳା ଜଣେ
ହାତ ପାଏ ନାହିଁ କାତ ପାଏ ନାହିଁ
ତୁମକୁ ତ ଆଶ୍ରା କରେ।
ରଖିବ ମାନ ପାଞ୍ଚାଳୀ ପରି ଦୁଇହାତ
ଟେକି ଦେଲି ସକାଳରେ
ଜଗତ ମଙ୍ଗଳ ହେଉ ହେ ଜଗନ୍ନାଥ
ଏତିକି ମାଗେ ତୁମ ପାଖେ ।
୧୪୧
ସିଏ ମୋ ଜଗନ୍ନାଥ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ