ଅଧ୍ୟାୟ ୪୮ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ପ୍ରିୟ ଠାକୁର... !
ତୁମକୁ ମୁଁ ଭଲ ପାଇଛି ନାଥ ହେ
୭୧
ଏ ମଣିଷ ଜୀବନରେ
ନିତି ସକାଳ ହେଲେ ତୁମକୁ ଦେଖେ
ଆଗ ଚର୍ମ ନୟନରେ ।
ପଦ୍ମଶ୍ରୀ ମୁଖ ଦେଖିଲେ ହୃଦୟରେ
ସ୍ପନ୍ଦନ ଚାଲେ ମୋର
ପ୍ରୀୟ ଠାକୁର ହେ ନାଥ ତୁମ ବିନା
ଦିଶୁଛି ସବୁ ଅନ୍ଧାର।
ବୁଝିଲି ଯେବେ ହେତୁ ପସିଲା ମନେ
ଏ ଜୀବନ ନୁହେଁ ମୋର
ସେଦିନରୁ ଦେଲି ମନ ତୁମକୁ ହେ
ଜଗନ୍ନାଥ ନାରାୟଣ।
ମନ ଯମୁନା କୂଳରେ ନିତି ତୁମକୁ
ଅପେକ୍ଷା ଥାଏ ମୋର
କଦମ୍ବ ମୂଳରେ ନିତି ଶୁଭେ ସତେ
ମୋହନ ବଂଶୀ ସ୍ୱର।
୧୪୨
ସିଏ ମୋ ଜଗନ୍ନାଥ
କୁଞ୍ଜ ବନ ଡାକେ ହାତ ଠାରି କିଏ
ନାଚେ ମନ ଅଦୃଶ୍ୟେ
ଶ୍ୟାମ ପ୍ରେମ ବିନାଆଉ କିଛି କାହିଁ
ଭଲ ଲାଗେନା ମନେ।
ସେ ନିର୍ଦ୍ଦେଶକ ନଚାନ୍ତି ମଣିଷ କୁ
ତାଙ୍କ ଇଙ୍ଗିତେ ସଂସାରେ
ମୁଁ ନାଚୁଛି ନିତି ମୋ ମନର କେଳି
୭୨
କୁଞ୍ଜରେ ତୁମ ପ୍ରୀତିରେ।
ତୁମ ହସୁଛ ବସି ରନôବେଦୀ ରେ
ବଡ଼ ଦେଉଳ ଭିତରେ
ମୁଁ କାନ୍ଦୁଛି ନିତି ସଂସାର ଜଞ୍ଜାଳେ
କର୍ମ ଯଜ୍ଞ ବେଦୀରେ।
ବାନ୍ଧିଲି ମନ ତୁମ ଛନ୍ଦା ଚରଣରେ
ହେ ପି୍ରୟ ଠାକୁର ମୋର
ସବୁ ସମ୍ପର୍କରେ ବାନ୍ଧଲି ଡୋରି
ତୁମେ ତ ହେଲ ନିଜର।
ସକାଳ ହେଲେ ନିଦ ସରିଗଲେ
ତୁମେ ଆସ ଏ ଆଖିରେ
ଦେଖା ଦିଅ ତୁମ କଳାବଦନକୁ
ମୋ ଦୁଃଖ ସରେ ଅଚିରେ।
୧୪୩
ସିଏ ମୋ ଜଗନ୍ନାଥ
ବାଟ କହି ଦିଅ କେମିତି କଟିବ
ଦିନ ଭଲରେ ନାଥ ହେ
ଜଗତ ମଙ୍ଗଳ କର ଜଗନ୍ନାଥ
ମୋ କୋହର ଆଳତୀରେ ।
ଏ ଭଜନ ଲେଖେ ତୁମ ପାଇଁ ନିତି
ମୋର ପ୍ରୀତି ଉପହାର
ଘେନିବ ଠାକୁର କିବା ଅଛି ଆଉ
୭୨
ଦେବାକୁ ତୁମକୁ ମୋର ।
ସବୁ ଦୁଃଖ ସୁଖ ଫୁଲରେ କରିଛି
ଭଜନ ମାଳା ହାର ଟିଏ
ନିଶ୍ଚୟ ପିନ୍ଧିବ ଠାକୁର ଏତିକି
ମୀନତି ତୁମ ଛାମୁରେ।
୧୪୪
ସିଏ ମୋ ଜଗନ୍ନାଥ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ