ଅଧ୍ୟାୟ ୪୯ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
କାହି କେତେ ଦୂରରେ ତୁମେ ଠାକୁର
ତୁମ ପାଇଁ ହେଲି ଆତୁର
୭୩
ସବୁ ଜାଣ ବୋଲି ହେଲ ଅନ୍ତର୍ଯ୍ୟାମୀ
କୁହେନା କିଛି ଠାକୁର।
ମୋ ମନେ ଯେଉଁ କଥା ଅଛି ଠାକୁର
ତୁମେ ସିନା ବୁଝିପାର
ତେଣୁ ଏଇଠୁ ଡାକିଲେ ସେଠୁ ତୁମେ
ଦିଅ ତା ପ୍ରତି ଉତ୍ତର ।
ତୁମେ କି ଜାଣନା ମନର ବେଦନା
କୋହ ତ ଛାତିକୁ ଭାରି
ଲୁହ କର ହେ ଠାକୁର ଧୋଇ ଯାଉ
ପଦ୍ମ ପାଦକୁ ତୁମରି ।
କାଲି ପରି ଲାଗେ ଦେଲ ଉପହାର
ହସ ଫୁଲର ଚାଙ୍ଗୁଡ଼ା
ଆଜି କାହିଁକି ଲାଗେ ତୁମର ଭେଟି
ଏମିତି ଲୁହ ପସରା ।
୧୪୫
ସିଏ ମୋ ଜଗନ୍ନାଥ
ଯାହା ଯେବେ ଦେଇଛ ସାଉଁଟି ନେଲି
ତୁମ ଅଦୃଶ୍ୟ ନିର୍ଦ୍ଦେଶେ
ଅଭିମାନ କେବେ କରିନି ଠାକୁର
କାହିଁକି ଦେଲ ଭାଗ୍ୟ ରେ ।
ବୋଧେ କରଜ ଭାର ନେଇ ଆସିଲି
ଏଇ ପୃଥିବୀ କୁ ଦିନେ
୭୩ ଶୁଝିଲା ପରେ ଫେରିବି ତୁମ ପାଖକୁ
ରଖିଛି ଏକଥା ମନେ ।
ହସ ସିନା ମନ କିଣେ ଲୁହ କାମ
କି ଆସଇ ସଂସାର ରେ
ହସ ସାଥେ ଲୁହ ମିଶାଇ ଦେଇ କି
ଲାଭ କୁହ ହେ ଠାକୁରେ ।
ଯଦି ଏ ଲୁହର ଧୋଇ ଯାଏ ପାପ
ଲୁହ ଦିଅ ଏ ଆଖିରେ
ଆନନ୍ଦ ଅଶ୍ରୁରୁ ଝରୁ ଦୁଇ ଆଖିରୁ
କର ସଂସାର ମଙ୍ଗଳ ଠାକୁରେ।
ହାରିଲି କେତେ ଜିତିଛି କେତେ ମନେ
ମୋ ଜମା ଦୁଃଖ ନାହିଁ
ମୁଁ ଜାଣେ ହାରିବାରେ ଅଭ୍ୟାସ ମନକୁ
ଅଧିକ ଶକ୍ତି ଭରଇ ।
୧୪୬
ସିଏ ମୋ ଜଗନ୍ନାଥ
ତେଣୁ ହାରୁଥାଏ ସଂସାର ମଙ୍ଗଳ
ପାଇଁ ନିତି ହେ ହରି
ଦିନ କଟିଯାଉ ତୁମ ପବିତ୍ର ନାମକୁ
ହୃଦୟରେ ସ୍ମରଣ କରି ।
ଜୟ ଶ୍ରୀଜଗନ୍ନାଥରେ ସଂସାର ରେ
ଶ୍ରୀ ଭରିଯାଉ ହେ ନାଥ
ସୁଖ ସୌଭାଗ୍ୟ ଦିଅ ହେ ଠାକୁର
୭୪
ଶାନ୍ତି ପାଉ ଏ ମଣିଷ ।
୧୪୭
ସିଏ ମୋ ଜଗନ୍ନାଥ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ