ଅଧ୍ୟାୟ ୫୦ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
କୋଟି ପ୍ରଣତି ଘେନ ଜଗନ୍ନାଥ
ଆତ୍ମା ମୋ ସମର୍ପିତ।
୭୪
ଜଞ୍ଜାଳ ଜୀବନ ଦେଇଛ ଠାକୁର
ମୋର କି ବଳ ଅଛି
ତୁମରି କଥା ତୁମପାଇଁ ଲେଖିକରି
ଉପସମ ପାଉଅଛି।
ଅତ୍ର ତତ୍ର ସବୁଠି ତୁମେ ବିଦ୍ୟମାନ
ସୃଷ୍ଟି କର୍ତ୍ତା ଜଗନ୍ନାଥ
ଯେଉଁଠି ଥିଲେ ବି ତୁମ ପାଇଁ ପଦେ
ନିତି ଭାବନାରେ ଆସ ।
ସବୁ ଶକ୍ତିରେ ତୁମେ ତ ଦିବ୍ୟ ଶକ୍ତି
ସୃଷ୍ଟି କର୍ତ୍ତା ଜଗନ୍ନାଥ
ଯେଉଁଠି ଯାହା ଭେଟୁଛି ସବୁଠି ତ
ଅଛି ତୁମ ସ୍ଥିତି ନାଥ ।
ଜଗତଟା ତୁମେମୟ ଜଗନ୍ନାଥ
ଆଉ କି ଭାବନା ଅଛି
୧୪୮
ସିଏ ମୋ ଜଗନ୍ନାଥ
ତୁମେ ଅଛ ଯଦି ସତ ମୁଁ ବି ଅଛି
ବୋଲି ଏ କଥା ଜାଣିଛି।
କୀଟଠୁ ବ୍ରହ୍ମାଣ୍ଡ ତମେ ପରିବ୍ୟାପ୍ତ
ହେ ଜ୍ୟୋତିର୍ମୟ ଠାକୁର
ଯାହା କଷ୍ଟ ସବୁକୁ ସୁଧାରି ନେବ
ଏଇ ମୀନତି ମୋର।
୭୫
ଭାଙ୍ଗି ଯାଇଥିବା ଘର ଗଢ଼ିଦେବ
ହେ ବିଶ୍ୱକର୍ମା ଠାକୁର
ଅଧାଗଢ଼ା କରି ରଖିନି ଯେମିିତି
କଳିରେ ତୁମ ବେଶ।
ଧୈର୍ଯ୍ୟର ପାହାଡ଼ ହୃଦୟ ମୋର
ତଥାପି ଯନ୍ତ୍ରଣା ଦେଲ
ମମତା ବନ୍ଧନରେ ମନକୁ ବାନ୍ଧି
ମଝିରେ ପ୍ରାଣ ରଖିଲ।
ସବୁ ତୁମକୁ ସମର୍ପିତ ଚାଲୁଛି
ଏଇ ଅମଡ଼ା ବାଟକୁ
ଫୁଲ ବିଛାଇ ଦେବ ନାଥହେ ଏଇ
କଣ୍ଠକିତ ମୋ ପଥକୁ ।
ତୁଳସୀର ମହକ ଦେବ ମୋ ମନ
ଅଗଣା ରେ ଭରି ନାଥ
୧୪୯
ସିଏ ମୋ ଜଗନ୍ନାଥ
ଫୁଲ ପରି ହସି ଉଠୁ ଏ ସଂସାର
ପୁଲକିତ ହେଉ ପ୍ରାଣ।
ତୁମରି ଦୟାରେ ଯାହା ମୁଁ ପାଇଛି
ତାକୁ ନେବନି ଠାକୁର
ଯେମିତି ରଖିଛ ସେମିତି ଘୋଡ଼ାଇ
ଦିଅ ବାନାକୁ ତୁମର ।
୭୫
କୁ ଶକ୍ତି ନେଇ ସୁଶକ୍ତି ଦିଅ ଠାକୁରେ
ହୋଇଲି ସମର୍ପିତ
ତୁମ ନାମରେ କଟି ଯାଉ ସର୍ବାରିଷ୍ଟ
ହେ ଜଗନ୍ନାଥ।
ତୁମ ଆସିବାରେ ମୋ ସଂସାର ହେଉ
ସୁନାର ସଂସାର ନାଥ
ତୁମ ନାମେ ଭରିଯାଉ ଦିବ୍ୟ ଜ୍ୟୋତି
କୁ ଭାବନା କର ନାଶ ।
ଜୟ ଜଗନ୍ନାଥ ରେ ସର୍ବ ମଙ୍ଗଳ
ହେଉ ପରମେଶ୍ୱର
ତୁମ ଆଶିଷରେ ଏ ସଂସାର ରହୁ
ଭୂଜ ତଳେ ତୁମର ।
୧୫୦
ସିଏ ମୋ ଜଗନ୍ନାଥ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ