ଅଧ୍ୟାୟ ୬ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ଯେତେ ଦୁଃଖ ଆସୁ ଲୋ ସଜନୀ
ତାରିବାକୁ ଜଣେ ଅଛି
୧୨
ନାମ ତା’ର କାଳିଆ କଳା ଜହ୍ନ ସିଏ
ବଡ଼ଦେଉଳରେ ଉଇଁ ଅଛି।
ମଣିଷ ସିନା ମଣିଷ ର ଚେର କାଟେ
ଦୁଃଖ ହାରେ ଦୀନବନ୍ଧୁ ଦୈତାରୀ
ସ୍ମରଣ କଲେ ହୃଦୟ ଭିତରେ ପାଶେ
ଆସେ ସେ ହରି ।
ବଡ଼ ସାନ ଧନି ଗରିବ ଜ୍ଞାନି ଅଜ୍ଞାନି
ତା’ର ପାଶେ ନାହିଁ
ସବୁକୁ ନିଜର ଖାଲି ଭକତି ଲୋଡ଼ା
ଟିକେ ତା’ର ପାଇଁ ।
ଅଦୃଶ୍ୟ ହାତ ଲମ୍ବିଅଛି ଭକତ ଲୁହ
ପୋଛି ଦେବା ପାଇଁ
ଭକତ ବାନ୍ଧବ ଦୀନ ବାନ୍ଧବ
ଜଗତ କର୍ତ୍ତା ସେ ପରା ଜଗତ ସାଇଁ ।
୨୪
ସିଏ ମୋ ଜଗନ୍ନାଥ
ଗାଳି ସହିବ ଗରବ ସହିବ ନାହିଁ ସେ
ଗରବ ଗଞ୍ଜନ ଅଟଇ
ଭାବକୁ ନିକଟ ଅଭାବକୁ ଦୂର ଏକଥା
ସତ୍ୟ ଅଟଇ ।
ଚାହିଁଛି ଚକାନୟନେ ସାରା ଜଗତକୁ
ଅପଲକ ନୟନରେ
ଦୁଃଖି ଡାକି ଦେଲେ ଓ କହେ ରହି
୧୩
ବଡ଼ ଦେଉଳରେ।
ଭକତ ପାଇଁ ଲୀଳା ଖେଳା ଭକତ
ବାନ୍ଧବ ସେଇ
ପାତର ଅନ୍ତର କରେ ନାହିଁ କେବେ
ସେ ପରା ଜଗତ ସାଇଁ ।
ମନ ଦେଇ ଦେଲେ ଥରେ ଆଉ କିଏ
ଜୀବନରେ ଲୋଡ଼ା ନାହିଁ
ମାୟାରେ ବନ୍ଧା ଏ ଜୀବନ ସେ ପରା
ଟାଣେ ଡୋରି ରହିରହି ।
ଭାବ ବନ୍ଧନ ତା ସାଥେ ରହିଲେ ଆଉ
କା ସାଥେ ଲୋଡ଼ା ନାହିଁ
ସବୁ ପର ଏଠି ସେ ପରା ନିଜର ଏକା
ତା ପରି କେହି ନାହିଁ।
୨୫
ସିଏ ମୋ ଜଗନ୍ନାଥ
ଯିଏ ଡାକେ ଯେମିତି ସେମିତି ଫଳ ତ
ଥୁଆ ତା ପାଇଁ
ଦୀନବନ୍ଧୁ ବୋଲି ଜଗତ ଜାଣିଛି ନିଦ
ନାହିଁ ସେଥିପାଇଁ ।
ଅନନ୍ତ ଶୟନରରୁ ଉଠି ଆସେ ପରା
ଭକତ ଡାକ ଶୁଣି ଦେଇ
ଦୁଃଖ ସାଗରକୁ ତାରି ଦିଏ ବୋଲି ନାମ
୧୩
ପରା ଦୀନବନ୍ଧୁ ଦୈତାରୀ ।
୨୬
ସିଏ ମୋ ଜଗନ୍ନାଥ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ