ଅଧ୍ୟାୟ ୭ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
କୋଟି ପ୍ରଣତି ଘେନ ଜଗନ୍ନାଥ
ତୁମ ପୟରେ ସଦା ମୁଁ ସମର୍ପିତ
୧୪
ଜୀବନ ଦେଇଛ ଯନ୍ତ୍ରଣା ଭରିଛ
ପୁଣି ଏ ଓଠରେ ହସ ଭରି ଦେଇଛ ।
ଆଖି ଦେଇଅଛ ଲୁହ ବୋହିଯିବାକୁ
ଓଠ ଦେଇଅଛି ମିଛ ହସ ହସିବାକୁ
ଦେଇଥାଅ ନାଥ ହସ ସବୁରି ଓଠରେ
କୋହ ରହୁ ଛାତିର ନିବୃତ କୋଣରେ ।
ଜୀବନ ଚାଲୁଥାଉ ଜୀବନ ବାଟ ରେ
ସୁଖ ଦୁଃଖ ଭାସୁଥାଉ ଜୀବନ ନଈରେ
ଏମିତି ଜୀବନ ବାଟ ରେ
ସୁଖ ଦୁଃଖ ଭାସୁଥାଉ ।
ଏମିତି ଜୀବନଟିଏ ଦିଅ ହେ କାଳିଆ
ବାସ ଭରିଯାଉ ଜୀବନେ ଫୁଲ ଭଳିଆ
ଆଗକୁ ଆଗକୁ ନଦୀ ପରି ଜୀବନ ଚାଲୁ
ପଛକୁ କେବେ ଆଉ ଫେରି ନ ଚାହୁଁ ।
୨୭
ସିଏ ମୋ ଜଗନ୍ନାଥ
ଯାହା ରହିଗଲା ପଛରେ ସିଏ ତ ଅତୀତ
ଆଉ ଯାହା କେବେ ଫେରି ଆସିବନିତ
ଆଗକୁ ଯାହା ଅଛି ସବୁ ତୁମକୁ ଜଣା
ଛାର ମଣିଷ କି ଜାଣେ ନିଜ ଠିକଣା ।
ଏତିକି କାଳିଆ କରୁଣା ମିଳୁ ଜୀବନକୁ
ବାସ ବାଣ୍ଟୁଥାଉ ଏଜୀବନ ସଂସାରକୁ
ତୁମ ଇଛା ବିନା କି ଦୁବ କଅଁଳି ଥାଏ
୧୪
ତୁମ ଇଛା ବିନା କି ଫୁଲ ଫୁଟି ଥାଏ ।
ତୁମ ଇଛାରେ ସିନା ଏ ସକାଳ ଆସେ
ତୁମ ଇଛାରେ ପୁଣି ସଞ୍ଜ ବି ଆସେ
ଉତ୍ଥାନ ପତନ ସବୁ ତୁମେ ଦିଅ ଠାକୁର
ଗରବ ଗଞ୍ଜନ ହେ ଗରବ ଖଣ୍ଡନ କର ।
ଭଲ ମଣିଷରେ ଗଣ ସଂସାରେ ଠାକୁର
ତୁମରି ଚିନ୍ତା ଚେତନାରେ ସରୁ ଜୀବନ
ତୁମ ନାମରେ ପାରି ହୁଏ ଦୁଃଖ ସାଗର
ନାଥ ହେ ତୁମକୁ କିଛି ମାଗୁ ନାହିଁ ଆଉ ।
ଯାହା ଦେଲ ସବୁ ସୁରକ୍ଷାରେ ଥାଉ
ଜୀବନ ଦେଇଛ ପୁଣି ମରଣ ଦେଇଛ
ସୁଖ ଦୁଃଖ ପୁଣି ଯନ୍ତ୍ରଣା ଭରି ଦେଇଛ
ମାଗିବି ନି ଆଉ କିଛି ତୁମକୁ ହେ ନାଥ ।
୨୮
ସିଏ ମୋ ଜଗନ୍ନାଥ
ଯାହା ଦରକାର ଥିଲା ସବୁତ ଦେଇଛ
ସବୁ ମଣିଷର ମଙ୍ଗଳ ହେଉ ହେ ନାଥ
ଜଗତ ମଙ୍ଗଳ କର ହେ ପ୍ରଭୁ ଜଗନ୍ନାଥ
ସରୁ ଏ ମନରୁ ଅଛି କଳୁଷତା ଯେତେ
ତୁମ ସାଥେ ଭାବ ରହିଥାଉ ଜନ୍ମ ଜନ୍ମାନ୍ତେ ।
୧୫
୨୯
ସିଏ ମୋ ଜଗନ୍ନାଥ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ