ଅଧ୍ୟାୟ ୮ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
କୋଟି ପ୍ରଣତି ହେ ଜଗନ୍ନାଥ
ଦୟାକର ଦୀନବନ୍ଧୁ ଶୁଭ ହେଉ
୧୫
ନାଥ ଆଜି ଏଇ ଦିନ
ପତିତ ଡାକୁଛି ସକାଳୁ ସକାଳୁ
ରଖ ହେ ପତିତପାବନ ।
ଭାଙ୍ଗି ଯାଏ ମନ କ୍ଷଣ କ୍ଷଣ ହେଲି
ପଥ ହୁଡ଼ା ମୁଁ ପଥିକ
ନୂତନ ବାଟ ଦେଖାଅ ହେ ନାଥ ମୁଁ
ଜଣେ ଅନ୍ଧ ମଣିଷ।
ଜୀବନ ଗାଉଛି କରୁଣ ସଙ୍ଗୀତ
ଓଲଟ ବୃକ୍ଷରେ ବସି
ତୁମେ ଦେଇଛ ଏ ମଣିଷ ଜନମ
ସୁଖ ଦୁଃଖ କହେ ହସି।
ମନ ବୋଲି ମୋର କିଛି ନାହିଁ
କର ପ୍ରଭୁ ହେ ତୁମ ଆୟତ
ଇଛା ବୋଲି ମୋର କିଛି ନାହିଁ
ତୁମ ଇଛାରେ ଚାଲେ ମୁହିଁ ତ ।
୩୦
ସିଏ ମୋ ଜଗନ୍ନାଥ
ତୁମେ ଥାଉ ଥାଉ ତୁମ ଗଢ଼ା ମନ
ହେଉଥାଏ ଛଟପଟ
କେବେ ଦେହ କଷ୍ଟ କେବେ ମନ କଷ୍ଟ
କେମିତି ଚାଲିବି ପଥ।
କଣ୍ଟା ଦେଉଛ ଫୁଲ ବି ଦେଉଅଛ
ସାଉଁଟିବି ମୁଁ କେମିତି
କଣ୍ଟାରେ ରକ୍ତାକ୍ତ ଫୁଲ ରେ ତ ବିଷ
୧୬
ବ୍ୟତିବ୍ୟସ୍ତ ଲାଗୁ ଅଛି ।
ସକାଳ ସୁରୁଜ ଆକାଶେ ଦିଶିଲେ
ଭାବେ କିଛି ନୂଆ ହେବ
ନୂଆ ଆଶାରେ ଆଖି ଖୋଲିଲେ
ପୁଣି ଆସେ ସେଇ ଏକା ଦୁଃଖ ।
ଏତିକି ଜାଣିଛି ମୋ ଚାରି ପାଖରେ
ଉଦ୍ଧାରି ବାକୁ କିଏ ନାହିଁ
ତୁମେ ଅଛ ବୋଲି ମୁଁ ଅଛି ଠାକୁର
ଖାଲି ତ ତୁମ ପାଇଁ ହେବ ।
୩୧
ସିଏ ମୋ ଜଗନ୍ନାଥ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ