ଗଳ୍ପ
ସୁନୀତା ଦେବୀ! ଗୃହିଣୀଟିଏ। ଲେଖୁ ଲେଖୁ କେତେ ବେଳେ ହେଲେ କବି ପୁଣି କବିରୁ ଗାଳ୍ପିକା ହୋଇଗଲେ। ସମୟ ନିଅଣ୍ଟିଆ ଧରେ ତାଙ୍କୁ। ଘର ସଂସାରର ଜଞ୍ଜାଳ ଭିତରେ ନିମଗ୍ନ ସିଏ ସବୁବେଳେ। ଗୃହିଣୀ ଜୀବନରେ ସେ ଅସ୍ତବ୍ୟସ୍ତ ହୋଇ ପଡ଼ନ୍ତି। ସବୁବେଳେ ସେଇ ରୁଟିନ୍ ବନ୍ଧା ଜୀବନ। ଜୀବନଚର୍ଯ୍ୟା ପ୍ରାୟତଃ ଏକପ୍ରକାର। ଘରଟି ତାଙ୍କ ପାଇଁ ସତେ ସ୍ୱର୍ଗ। ସେଇଠି ତାଙ୍କ ପ୍ରେମର ମନ୍ଦିର। ଟିକି ଦୁନିଆ। ଭାରି ଖୁସିରେ କାଟି ଦିଅନ୍ତି ଜୀବନ।…
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
ଗଳ୍ପ
ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ... ପଦୁ ଝରୁଛି ମକରନ୍ଦ... ସେ ମକରନ୍ଦ ପାନ କରି... ଭବୁ ତରିଲେ ବ୍ରଜନାରୀ... ଆହାଃ ହରି ନାମରେ କି ରସ ଅଛି, ପାନ କଲାବାଲା ଏକା ଜାଣିଛି। ସତରେ ସେ ରସ ଅମୃତମୟ। ମିଠା ମିଠା ଭାରି ମିଠା। ମିଳେ ଆତ୍ମତୃପ୍ତି ପରମ ଶାନ୍ତି। ଯାହାକି ରାଜପ୍ରାସାଦରେ ବି ମିଳେନା। ରାଜସିଂହାସନରେ ବି ମିଳେନା। ସେଥିପାଇଁ ତ ପୁରାତନ କାଳରେ ଜଙ୍ଗଲରେ ଯାଇ ସାଧନା କରୁଥିଲେ ମୁନିଋଷିମାନେ। ଦସୁ୍ୟ…
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
ଗଳ୍ପ
କେହି ଜଣେ ସବୁବେଳେ ଥାଏ ଆଖି ଆଇନାରେ। ହୃଦୟ କାନ୍ଥରେ ଥାଏ ତା'ର ପ୍ରତିଛବି। ଆଖି ବେଳେବେଳେ ଅମାନିଆ ହୋଇ ଖୋଜେ ତାକୁ। ମନ ଲୁଚି ଲୁଚି ପଡ଼େ ମନର ଡାଏରୀ ପୃଷ୍ଠାକୁ। ସେ କିଏ ଯେ! ସେ ପରା ପ୍ରେମ ଭାରି କଷ୍ଟ ଦିଏ ସ୍ମୃତି ସାଥେ ଆସି ମନ ଅଗଣାକୁ। ସୁନିତା ମନେ ମନେ କ’ଣ ଏଣୁତେଣୁ ଭାବୁଛନ୍ତି ଏତିକି ବେଳେ ଆସିଲା ତାଙ୍କର ଅନ୍ତରଙ୍ଗ ସାଙ୍ଗ ସ୍ମିତା। ପଚାରିଲା, “କ’ଣ କରୁଛ ତୁମେ!” ସୁନିତା କହିଲା, “ନା…
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
ଗଳ୍ପ
୧. ସିଏ ମୋ’ ଜଗନ୍ନାଥ (ଭଜନ) ପ୍ରକାଶକ: ଡି.ଡି. ପ୍ରକାଶନୀ, କଟକ ୨. ନାରୀ ଓ ସମ୍ପର୍କ
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
ଗଳ୍ପ
ଅଧରାତିର ନିସ୍ତବ୍ଧତାରେ ଶୁଭେ ଏଠି ଠୋ ଠୋ କାହାର ହସ। ପୁଣି ଭୋ ଭୋ କାନ୍ଦ କ’ଣ ପାଇଁ? ଏଠି କିଏ ହସେ ବିଦ୍ରୁପ କରି ପୁଣି କାନ୍ଦେ ଦୁଃଖରେ ମ୍ରିୟମାଣ ହୋଇ। ଏ ସମୟ ଏ କାଳ ଏ ଶ୍ମଶାନ, ସେ ହସେ ପୁଣି କାନ୍ଦେ। ଏଠି କିଏ ହଜିଯାଏ ସବୁଦିନ ଆଉ କିଏ ହଜି ବି ରହିଯାଏ କଫିନ୍ ତଳେ? ପାଏ ନାହିଁ ମୋକ୍ଷ ଅତୃପ୍ତ ଆତ୍ମାଟିଏ। କେଉଁ କାଳରୁ ସେଠି କେତେ କେତେ ଶବ ଦାହ ହୁଏ। ଶ୍ମଶାନର ଶାନ୍ତି କେଉଁଠି ନାହିଁ। ସେଇଠିକୁ…
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
ଗଳ୍ପ
ଝିଅଟିଏ ଜନ୍ମ ହେଲେ କାହିଁକି ପରିବାରରେ ଦୁଃଖର ଛାଇ ଖେଳିଯାଏ? ପୁଅଟିଏ ଜନ୍ମ ହେଲେ ଆନନ୍ଦରେ ପରିବାର ଉଛୁଳିପଡ଼େ। ଏ କି ନିୟମ ସମାଜରେ? ଝିଅଟିଏ ଜନ୍ମହେଲେ ଅକଥନୀୟ ଅତ୍ୟାଚାର ସହିବାକୁ ପଡ଼େ, ନାରୀଟିକୁ ପରିବାର ସ୍ୱାମୀ ପାଖରେ। ଏଥିପାଇଁ ଆଜି ଝିଅ ସଂଖ୍ୟା କମିଯାଇଛି ସମାଜରେ। ନଳିନୀଦେବୀ ଆଜି ଚିନ୍ତିତ, ନାତୁଣୀଟିଏ ହୋଇଛି ବୋଲି। ମନ ମାରି ବସି ଭାବୁଛନ୍ତି। କେତେ କଷ୍ଟ ହେବ ପୁଅକୁ ତା'ର ବିବାହ ପାଇଁ।…
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
ଗଳ୍ପ
ସତରେ, ଯେଉଁ ବାପା ମା’ କଷ୍ଟ ସହି ସନ୍ତାନକୁ ମଣିଷ କରନ୍ତି, ସେ ବଡ଼ ହେଲେ କାହିଁକି ଯେ ଅମଣିଷ ହୋଇଯାଆନ୍ତି। ଜୀଅନ୍ତା ଶବ କରିଦିଅନ୍ତି ବାପା ମା’ଙ୍କୁ। ମା'ର ବାର୍ଦ୍ଧକ୍ୟ ବୋଝ ହୋଇ ଯାଉଛି ଦୀପକ ଆଉ ସୀମା ଉପରେ। ସବୁବେଳେ ଖଁ ଖାଁରେ କାନ ଫାଟି ପଡୁଛି। “ନେଇଯାଅ ବୁଢ଼ୀକୁ, ବୃଦ୍ଧାଶ୍ରମରେ ଛାଡ଼ିଦେଇ ଆସ। ନା ତ ମୁଁ ଘର ଛାଡ଼ି ମୋ’ ବାପଘରକୁ ଚାଲିଯିବି। ସନ୍ଧ୍ୟା ସମୟରେ ଚା’ ଟିକେ ପିଇପାରୁନି କି କୁଆଡ଼େ…
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
ଗଳ୍ପ
ସ୍ୱାମୀ ବି ସିଫ୍ଟ ସାରି ଘରକୁ ଫେରିଲେ। ଗେଟ୍ର ଶବ୍ଦ ଶୁଣି କନକ ଉଠିପଡ଼ିଲା ବିଛଣାରୁ। ସେ ଗାଉଁଲି ଝିଅଟିଏ। ବୋହୂ ହୋଇ ଆସିଛି ସହରକୁ ସ୍ୱାମୀଙ୍କ ସହିତ। ଉଚ୍ଚଶିକ୍ଷିତା, ହେଲେ ପରମ୍ପରା ସଂସ୍କାରକୁ ଜାବୁଡ଼ି ଧରିଥିବା ନାରୀଟିଏ। ସ୍ୱାମୀ ନ ଖାଇଲେ ସେ ଖାଏନାହିଁ। ତେଣୁ ଉପାସରେ ଅପେକ୍ଷା ପତିଙ୍କୁ। ପତିଙ୍କ ଆସିବା ଶବ୍ଦରେ ଚାଲିଗଲା ଦୁଆରମୁହଁକୁ। ହଠାତ୍ ଦେଖାଗଲା ଆକାଶର ସେଇ ଫାଳିକିଆ ଜହ୍ନ। ସତେ କଣେଇ ଚାହିଁଛି ତାକୁ ଦେଖି।…
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
ଗଳ୍ପ
ଦରିଆ ସେପାରି ବୋହୂର ହାତଲେଖା ଚିଠିଟିଏ। ମିନତି ଦେବୀ ଦେଖୁଛନ୍ତି ହାତଲେଖା ଚିଠିଟିକୁ ବାରମ୍ବାର ଓଲଟାଇ। ଭାବୁଛନ୍ତି ଅନେକ କିଛି । ହଠାତ୍ ଝଡ଼ ପରେ ନୀରବତା ପରି ଚିଠିଟି ଭରି ଦେଇଛି ଆନ୍ତରିକତା। ନୂଆ ନୂଆ ବିବାହ କରି ଯାଇଛି ବୋହୂ ସେଠି କେମିତି ଚଳୁଛି ଜାଣିବା ପାଇଁ ମିନତି ଦେବୀ ସ୍ୱାମୀଙ୍କ ସହ ପୁଅ ପାଖକୁ ବୁଲି ଯାଇଛନ୍ତି। ହସ ଖୁସିରେ ବହୁତ ସମୟ କଟିଯାଉଛି ଏଣେ ତେଣେ ବୁଲାବୁଲି କରି। ସେଦିନ ହଠାତ୍…
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
ଗଳ୍ପ
ଡାକବାଲା - ବାର୍ତ୍ତା ବାହକ। ପ୍ରତ୍ୟେକ ମଣିଷ ଦୂରେ ଥିବା ସମ୍ପର୍କର ବାର୍ତ୍ତା ପାଇଁ ଅପେକ୍ଷା କରେ ଗୋଟିଏ ଚିଠିକୁ। ଚିଠି ମନର ଭାଷା - ପ୍ରେମ, ପ୍ରଣୟ, ଦୁଃଖ, ଆପଦ, ସବୁ କିଛି ଏଇ ଇନଲାଣ୍ଡ, ଲଫାଫା ଓ ପୋଷ୍ଟ କାଡର୍୍ରେ ଲେଖା ରହେ। ସେଇ ଚିଠି ଆସେ ଡାକଘର ମାଧ୍ୟମରେ। ଡାକବାଲା ବା ପୋଷ୍ଟ ପିଅନ - ଗାଁ ଗାଁ ବୁଲି ବାର୍ତ୍ତା ବାଣ୍ଟେ। ସମସ୍ତଙ୍କ ମନରେ ଥାଏ ଅପେକ୍ଷା - ଡାକବାଲା ଆସିବ କେବେ? କେହି ପ୍ରେମିକା ଅପେକ୍ଷା କରେ,…
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
ଗଳ୍ପ
ଅମାବାସ୍ୟାର ଗହୀର ନିଶା। ନିରବତା କେବଳ କଣ୍ଟକ। ହଠାତ୍ ନିଶିଥୀର ସୁନାପାହାଡ଼କୁ ଚିରି ଠକ୍-ଠକ୍ ଶବ୍ଦ ଶୁଣି ସୀମାର ନିଦ ଭାଙ୍ଗିଗଲା। ଅନ୍ଧାରଟି ବହୁତ ଘନ। ଘରଟି ଏକୁଟିଆ। ଆକାଶ ଭରି ଅମାବାସ୍ୟା। ସୀମାର ହୃଦୟ ଧକ୍ଧକ୍ କରୁଥିଲା। “ଏତେ ରାତିରେ କିଏ ଦୁଆରେ?” ସୀମା ସୁନ୍ଦରୀ, ଶିକ୍ଷିତା ଏବଂ ସରଳ ନୂଆ ପୋଷ୍ଟମାଷ୍ଟର। ଦୂର ଗାଁର ଏକ ଭଡ଼ାଘରେ ଏକା ରହୁଛି। ରାତିରେ ଏମିତି ଅଜଣା ଠକ୍ଠକ୍ ଶବ୍ଦରେ ଡର…
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
ଗଳ୍ପ
ଇତିମଧ୍ୟରେ ଭାବୁକଟିଏ ପାଲଟି ଯାଇଛନ୍ତି ସୀମାଦେବୀ। ଚୁପ୍ଚାପ୍ ବସିଛନ୍ତି ସୋଫା ଉପରେ। ଖାନଦାନର ପୋଷାକ ତଳେ ନିରୀହ ପ୍ରାଣଟି ଛଟପଟ ହେଉଛି। ନିର୍ଲିପ୍ତ ନୟନରେ ଚାହିଁଛନ୍ତି ଶୂନ୍ୟତାକୁ, ଭାବୁଛନ୍ତି କେତେ କ'ଣ ନିଜ ବିଷୟରେ...? ଭାବନାର ଅଥଳ ସାଗରରେ ସେ ବୁଡ଼ି ଯାଇଛନ୍ତି। ଫେରିଯାଇଛନ୍ତି ବାଉନରୁ ପଚିଶ ବର୍ଷକୁ। ନୂଆ ନୂଆ ବିଭାଘର, ସ୍ୱାମୀ ଶେଖରଙ୍କ ସହ କେତେ ଜୀବନକୁ ଉପଭୋଗ କରିଛନ୍ତି। ସମୁଦ୍ର ତଟରେ କେତେ…
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
ଗଳ୍ପ
ଖଣ୍ଡେ ରୁମାଲରେ କ’ଣ ଗଣ୍ଠିଲି କରିହୁଏ ସବୁ ଭଲପାଇବାକୁ...? ସେ କ’ଣ ପୋଛିପାରେ ଆଖିର ସବୁ ଲୁଚା ଲୁହକୁ? ହୃଦୟର ବେଦନାକୁ କ’ଣ ଘୋଡ଼ାଇପାରିବ ଏଇ ରୁମାଲ ଖଣ୍ଡିକ? ଥରଥର ଦେହରେ କ’ଣ ଉଷୁମ ଭରି ପାରିବ ଏଇ ରୁମାଲ? ପ୍ରେମର ପରିଭାଷା କ’ଣ ଲୁଚିଥାଏ ଖଣ୍ଡେ କପଡ଼ାରେ? ତଥାପି ସେଇ ଚାଖଣ୍ଡେ କପଡ଼ା ପାଇଁ ଏତେ ବ୍ୟାକୁଳତା କାହିଁକି ତନ୍ମୟର...? ଭୁଲି ପାରୁନି ସୀମା। ଏତେ ଭଲ ପାଇବା କ’ଣ…
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
ଗଳ୍ପ
ମିନତିଦେବୀ ଆଭିଜାତ୍ୟର ଗହଣା ପିନ୍ଧି ବାଟ ଚାଲୁଥିବା ଭାରି ଓଜନିଆ ମଣିଷ। ପରମ୍ପରାକୁ ଜାବୁଡ଼ି ଧରିଥିବା ଖାଣ୍ଟି ଓଡ଼ିଆଣି। ପଦେ କଥାରେ ନଇଁଯିବା ମଣିଷ ନୁହଁନ୍ତି। ସହିବା ବୋଧେ ଶିଖିନାହାନ୍ତି ଜୀବନରେ। ସେ ତ କହି ଚାଲନ୍ତି ସହିବେ କେମିତି...? ଅଭ୍ୟାସ ହେଉନି ଯେତେ କଲେ ବି। ଶୂନ୍ୟତା ଭିତରେ ପୂର୍ଣ୍ଣତା କାହିଁ ଯେ...? ରାତିରେ ନୀରବ କୋଠରିରେ ଶୋଇ ଶୋଇ ଭାବି ଚାଲିଛନ୍ତି କେତେ କେତେ କଥା। ସମୟ ଆଜି କେଉଁଠି ଛିଡ଼ା…
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
ଗଳ୍ପ
ସ୍ୱପ୍ନ ଆସେ ସବୁରି ଆଖିରେ ନିଦ ଆସିଗଲା ପରେ। ନେଇଯାଏ ଭିନ୍ନ ଏକ ଇଲାକାକୁ, ସବୁ ମଣିଷମାନଙ୍କୁ। ସ୍ୱପ୍ନ ପରା ଅବଚେତନ ମନର ଏକ ମହୁଆ ଅନୁଭବ। ଗରିବଟିଏ ଶୋଇଥାଏ ଉପାସ ପେଟରେ, ତଥାପି ତା' ଆଖିରେ ନିଦ ସହ ସ୍ୱପ୍ନ ଆସେ। କେତେ ନହେବା କଥା ସେ ଦେଖେ। ସ୍ୱପ୍ନ ଆସେ ଦାର୍ଜିଲିଙ୍ଗର ଗେଷ୍ଟ ହାଉସ ଭିତରେ। ଦୁବାଇ ପ୍ରାସାଦର ତୁଳୀତଳପ ଗଦି ଉପରେ। ସ୍ୱପ୍ନ ବି ଆସେ ରେଲୱେ କଡ଼ରେ ଶୋଇଥିବା ଭିକାରୀ ଆଖିରେ…
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
ଗଳ୍ପ
ଝିପିଝିପି ବର୍ଷା ବରଷି ଯାଉଛି ଆକାଶରୁ। କାହିଁକି କେଜାଣି ଜମା ବର୍ଷା ଛାଡ଼ିବାର ନାଁ ଧରୁନି। ପାଗଟା ବହୁତ ମାନ୍ଦା କରୁଛି ମନକୁ। ଛମ୍ଛମ୍ ନାଚୁଛି ବର୍ଷା। ଅଗଣାରେ ଓଳିରୁ ଟପ୍ ଟପ୍ ବର୍ଷା ଟୋପା ପଡ଼ି ସୁଅ ହୋଇ ଚାଲିଯାଉଛି। ଏମିତି ବର୍ଷାଭିଜା ପାଗରେ ସୁନିତା ଦେବୀ ଚାହିଁଛନ୍ତି ଦୂର ଦିଗନ୍ତକୁ ଏକଲୟରେ। ଚାରିକାନ୍ଥରେ ଆବଦ୍ଧ କରି ନିଜ ମନକୁ। ଚାହିଁଛନ୍ତି ବାତାୟନ ଦେଇ ବର୍ଷାଭିଜା ସର୍ପିଳ ରାସ୍ତାକୁ। ସ୍ମୃତିରେ ବତୁରି ଯାଉଛି…
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
ଗଳ୍ପ
ଦରିଆ ସେପାରିରେ ପହଞ୍ଚି ପାରେନା ଏପାରିର ଶଙ୍ଖଧ୍ୱନି ମନ୍ତ୍ର ଉଚ୍ଚାରଣ। ତଥାପି ହୃଦୟ ଥାଏ ପ୍ରତିଟି ମଣିଷ ଭିତରେ। ଆମେ ଯେମିତି ଦେଖିବା ସେମିତି ଦେଖାଯିବ ଦୁନିଆ। ଦେଖାଯିବ ପ୍ରତିଟି ମଣିଷ। ସତରେ ଯଦି ଆଖି ଖୋଲି ଭଲରେ ଦେଖିବ ସମସ୍ତେ ଭଲ ଲାଗିବେ। ସବୁକୁ ଆଦରିନେଲେ ଭଲରେ ସମୟ କଟିଯାଏ। ଏମିତି ଚାଲିଥାଏ ଜୀବନ। କେବେ ହସ କେବେ ଲୁହ। ତାହା ହିଁ ତ ଜୀବନ। ଜୀବନ ଦୂରରୁ ହିଁ ସୁନ୍ଦର। ଦେଖୁନ ଦୂର…
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
ଗଳ୍ପ
ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ ପଦୁ ଝରୁଛି ମକରନ୍ଦ ସେ ମକରନ୍ଦ ପାନ କରି ଭଵୁ ତରିଲେ ବ୍ରଜନାରୀ। ଆହାଃ ହରି ନାମରେ କିରସ ଅଛି ପାନ କଲା ଵାଲା ଏକା ଜାଣିଛି। ସତରେ ସେ ରସ ଅମୃତ ମୟ ମିଠା ମିଠା ଭାରି ମିଠା।ମିଳେ ଆତ୍ମତୃପ୍ତି ପରମ ଶାନ୍ତି। ଯାହାକି ରାଜପ୍ରାସାଦରେ ବି ମିଳେନା। ରାଜସିଂହାସନରେ ବି ମିଳେନା। ସେଥିପାଇଁ ତ ପୁରାତନ କାଳରେ ଜଙ୍ଗଲ ରେ ଯାଇ ସାଧନା କରୁଥିଲେ ମୁନି ଋଷି ମାନେ। ଦର୍ସ୍ୟୁ ରତ୍ନାକର ବି…
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
ଗଳ୍ପ
ସମୟ ଏକ ଅଦୃଶ୍ୟ ନଦୀ। ସେ ନଦୀରେ ଝରୁଥିବା ପତ୍ର ପରି ସରିତାଙ୍କ ଜୀବନ ବହୁଦିନ ଧରି ଭାସିଯାଉଥିଲା। କେବେ ଖେଳିଖେଳି, କେବେ ଡୁବିଡୁବି, କେବେ ଲୁହରେ ଲୁଣିଆ, କେବେ ହସରେ ଭିଜା। ସରିତା ଯେବେ ଯୁବତୀ ଥିଲେ, ସେ ଥିଲେ ଗାଁର ସବୁଠୁ ଖୁସିଆଳି ଝିଅ। ହସରେ ତାଙ୍କ ମୁହଁ ଜଗମଗ କରୁଥିଲା। ପିଲାଦିନର ସାଥୀ ସରୋଜଙ୍କ ସହିତ ତାଙ୍କ ପ୍ରେମ ସମସ୍ତଙ୍କୁ ମୋହିତ କରୁଥିଲା। ଦେଉଳ ଘଣ୍ଟି ଟିପି ଦେଇ, ଦୁହେଁ ମନେ ମନେ…
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
ଗଳ୍ପ
ସ୍ୱପ୍ନ ତ ସଭିଏଁ ଦେଖନ୍ତି କେତେ ଜଣଙ୍କର ସ୍ୱପ୍ନ ସତ ହୁଏ! ତଥାପି ସ୍ୱପ୍ନ ଆସେ ସଭିଙ୍କ ଆଖିରେ। ହେଉ ପାହାନ୍ତି ସ୍ୱପ୍ନ ବା ଦିବା ସ୍ୱପ୍ନ। କୁଆଁରୀ ଆଖିରେ ଆସେ କେତେ ରଙ୍ଗିନ ସ୍ୱପ୍ନ। ସତ ନ ହେଲେ ବି ସେ ସ୍ୱପ୍ନ ଭୁଲି ହୁଏନା। କେଉଁ ନିଶବ୍ଦ ପ୍ରହରରେ ବିହ୍ୱଳିତ କରାଏ ମନକୁ। ବୟସର ଅପରାହ୍ନରେ ବି ମଣିଷ ଦେଖେ ସ୍ୱପ୍ନ। ଉପରକୁ ଉଠିବାର ସ୍ୱପ୍ନ। ବଡ଼ ଲୋକ ହେବାର ସ୍ୱପ୍ନ। ପିଲାଟିଏ ଜନ୍ମ ଦେଇ ତାକୁ ଉପଯୁକ୍ତ ମଣିଷଟିଏ…
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
ଗଳ୍ପ
୭ ଗଳ୍ପ ରୁମାଲ. ଖଣ୍ଡେ ରୁମାଲ ରେ କଣ ଗଣ୍ଠିଲି କରି ହୁଏ ସବୁ ଭଲ ପାଇବାକୁ.. ସେ କଣ ପୋଛି ପାରେ ଆଖିର ସବୁ ଲୁଚା ଲୁହକୁ। ହୃଦୟର ବେଦନାକୁ କଣ ଘୋଡାଇ ପାରିବ ଏଇ ରୁମାଲ ଖଣ୍ଡିକ। ଥରଥର ଦେହରେ କଣ ଉଷୁମ ଭରି ପାରିବ ଏଇ ରୁମାଲ। ପ୍ରେମ ର ପରିଭାଷା କଣ ଲୁଚିଥାଏ ଖଣ୍ଡେ କପଡାରେ ତଥାପି ସେଇ ଚାଖଣ୍ଡେ କପଡ଼ା ପାଇଁ ଏତେ ବ୍ୟାକୁଳତା କାହିଁକି ତନ୍ମୟ ର... ଭୂଲି ପାରୁନି ସୀମା ଏତେ ଭଲ…
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
ଗଳ୍ପ
ନୀରବତାର ଯୋଗୀଟିଏ ପାଲଟିଛନ୍ତି ସୁବ୍ରତ ଦାସ! ଆଜି ବି ମନ ଟାଣି ହୋଇଯାଏ ସେଇ ଗାଁକୁ, ଯେଉଁଠି ଅଛି ସବୁ ନିଜରପଣିଆ ଆତ୍ମୀୟ ଭାବ। ନଥାଉ ପଛେ ଭୂଗୋଳରେ ତାର ନାଁ, ତଥାପି ଭାରି ସୁନ୍ଦର ତାଙ୍କ ଗାଁ। ଅଙ୍କାବଙ୍କା ସର୍ପିଳ ରାସ୍ତା। ଧାଡ଼ି ଧାଡ଼ି ତାଳ ନଡ଼ିଆ ଗଛ। ଦୁଇ ପଟେ ସବୁଜ ବନାନୀ ଘେରା ଗାଁ। ଅନତି ଦୂରରେ ଧ୍ୟାନମଗ୍ନ ଋଷି ପରି ନୀରବ ବଜ୍ରଗିରି ପାହାଡ଼ ଦଣ୍ଡାୟମାନ ତଳେ ଝାଟିମାଟି ସୁବ୍ରତଙ୍କ ଗାଁ। ସେଠି ଫଗୁଣ…
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
ଗଳ୍ପ
ଫଗୁଣ କ’ଣ ଝରିଯାଏ କି? ଠିକ୍ ଝରା ଶେଫାଳି ପରି। ସବୁ ସ୍ୱପ୍ନ ହଜିଯାଏ କିଛି ମୁହୂର୍ତ୍ତରେ। ଫଗୁଣ ତ ଆସେ ରଙ୍ଗର ମେଲଣରେ ଋତୁରାଜ ସାଜି। ପୃଥିବୀକୁ ନବ ଯୌବନରେ ପରିପୂର୍ଣ୍ଣ କରି ରୂପ ମାଧୁର୍ଯ୍ୟରେ। କୋଇଲିର କୁହୁତାନରେ। ଆମ୍ବ ବଉଳର ମହମହ ବାସ୍ନାରେ। ମହୁଲ ଫୁଲର ମହୁଲି ନିଶାରେ। ହଳଦୀବସନ୍ତର ସୁନା ଡେଣାରେ ଆଉ ରଙ୍ଗରେ ମସଗୁଲ ହୋଇ କୃଷ୍ଣଚୁଡ଼ାର ନାଲି ରଙ୍ଗରେ ଫଗୁଣ ହସେ। ଏ ପୃଥିବୀ ଏକ ରଙ୍ଗ…
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
ଗଳ୍ପ
ଦେଖିଛ... ଭୋକିଲା ପେଟକୁ? ତା'ର ବିକଳ ଚାହାଣିକୁ? ଭୋକରେ ଆଉଟୁ ପାଉଟୁ ପିଲାକୁ? ଭୋକିଲା ପେଟ। ସେ କ’ଣ ବୁଝିବ ଖାଦ୍ୟର ଭଲ ମନ୍ଦ। ମୁଠାଏ ମିଳିଗଲେ ତା'ର ଆତ୍ମତୃପ୍ତି। ଯିଏ ଗରିବିର କଷାଘାତରେ ଜର୍ଜରିତ। ଯନ୍ତ୍ରଣାରେ ତା'ର ପେଟ ଛଟପଟ। ହା ଅନ୍ନ ହା ଅନ୍ନର ଚିକôାର କରୁଥାଏ ତା'ର ପ୍ରାଣ। ସେ କାହିଁକି ଖୋଜିବ ପଲାଉ ମାଂସ, ଯିଏ ଜାଣିନି ଦିନେ ତା'ର ସ୍ୱାଦ। ଯାଅ ଦେଖ ଫୁଟପାଥକୁ, ଟ୍ରେନ ଲାଇନ…
ଡ଼ ସ୍ୱର୍ଣ୍ଣଲତା ଲେଙ୍କା