ପ୍ରବନ୍ଧ
୧୧ "ସେଇ ଗାଁ " ନୀରବତାର ଯୋଗିଟିଏ ପାଲଟିଛନ୍ତି ସୁବ୍ରତ ଦାସ! ଆଜି ବି ମନ ଟାଣି ହୋଇଯାଏ ସେଇ ଗାଁ କୁ ଯେଉଁଠି ଅଛି ସବୁ ନିଜର ପଣିଆ ଆତ୍ମୀୟ ଭାବ। ନଥାଉ ପଛେ ଭୂଗୋଳ ରେ ତାର ନାଁ ତଥାପି ଭାରି ସୁନ୍ଦର ତାଙ୍କ ଗାଁ। ଅଙ୍କାବଙ୍କା ସର୍ପିଳ ରାସ୍ତା ଧାଡ଼ି ଧାଡ଼ି ତାଳ ନଡ଼ିଆ ଗଛ ଦୁଇ ପଟେ ସଵୁଜ ବନାନୀ ଘେରା ଗାଁ। ଅନତି ଦୂରରେ ଧ୍ୟାନ ମଗ୍ନ ଋଷି ପରି ନୀରବ ବଜ୍ରଗିରି ପାହାଡ଼ ଦଣ୍ଡାୟମାନ ତଳେ ଝାଟିମାଟି…
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
ପ୍ରବନ୍ଧ
ଝିପିଝିପି ବର୍ଷା ଵରଷି ଯାଉଛି ଆକାଶରୁ। କାହିଁକି କେଜାଣି ଜମା ବର୍ଷା ଛାଡିବାର ନାଁ ଧରୁନି।ପାଗଟା ବହୁତ ମାନ୍ଦା କରୁଛି ମନକୁ।ଛମ୍ ଛମ୍ ନାଚୁଛି ବର୍ଷା ଅଗଣାରେ ଓଳିରୁ ଟପ୍ ଟପ୍ ବର୍ଷା ଟୋପା ପଡି ସୁଅ ହୋଇ ଚାଲିଯାଉଛି।ଏମିତି ବର୍ଷାଭିଜା ପାଗରେ ସୁନିତା ଦେବୀ ଚାହିଁଛନ୍ତି ଦୂର ଦିଗନ୍ତକୁ ଏକଲୟରେ। ଚାରିକାନ୍ଥ ରେ ଆବଦ୍ଧ କରି ନିଜ ମନକୁ। ଚାହିଁଛନ୍ତି ବାତାୟନ ଦେଇ ବର୍ଷା ଭିଜା ସର୍ପିଳ ରାସ୍ତା କୁ। ସ୍ମୃତି ରେ ବତୁରି…
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
ପ୍ରବନ୍ଧ
ଅଭିଶପ୍ତ ଜୀବନ। ନୁହେଁ କି ସବୁ ଥାଇ ଯଦି ଶାନ୍ତି ନାହିଁ ସେ ଜୀବନ ଅଭିଶପ୍ତ..। ।ମଞ୍ଜୁଳା ଦେଵୀ ଯୈ।ଥ ପରିବାରର ଝିଅ ଆଉ ବୋହୂ ମଧ୍ୟ। ସୁଖ ବେଶୀ ଦୁଃଖ କମ୍ ରେ ଗଢା କଣ୍ଢେଇ ଟିଏ ସିଏ ସତେ ସୋକେଶ୍ ରେ ମଜା ହେବାପାଇଁ ଜନ୍ମ। ବାପା ଘରକୁ ଶାଶୁ ଘର ଯାଏ ବହୁତ ଭଲ ରେ ରଖନ୍ତି ସମସ୍ତେ। ହେଲେ କାହିଁକି କେଜାଣି ସୁନାର ପଞ୍ଜୁରୀ ରୂପାର ଥାଳିଆ ଆଉ ରୂପା ଚାମର ଖାଦ୍ୟ ତାଙ୍କୁ ଶାନ୍ତି ଦିଏନା। ସେ ଚାହାନ୍ତି…
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
ପ୍ରବନ୍ଧ
7ଆତ୍ମାର ବିଳାପ.. ଏକୁଟିଆ ଘରେ ବସି ବସି ମନଟା ବିରକ୍ତ ହୋଇଯାଏ। ସୁନିତା ଦେବୀ ପଦାକୁ ଟିକେ ବାହାରି ଆସିଲେ ଚାରିକାନ୍ଥ ର ସେ ଉଆସରୁ।ଶଙ୍ଖ ମଲମଲ ଘର ଚିକ୍କଣ ଚଟାଣ।ଶୀତ ତାପ ନିୟନ୍ତ୍ରଣ ଘର। କାହିଁକି କଷ୍ଟ ଦିଏ ସୁନୀତା ଦେବୀଙ୍କୁ। ବାହାର ଗଛ ପତ୍ର ଶୂନ୍ୟ ଆକାଶ ରଙ୍ଗ ବେରଙ୍ଗର ଫୁଲ ପକ୍ଷୀ ର କିଚିରିମିଚିର ଶବ୍ଦ ତାଙ୍କୁ ଭଲ ଲାଗେ। ଶାନ୍ତି ଲାଗେ ମନ କୁ। କିନ୍ତୁ କାହିଁକି ଭଲ ଲାଗେନା ଏ ଚାକଚକ୍ୟ…
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
ପ୍ରବନ୍ଧ
ଫାଳେ ଜହ୍ନ ସ୍ୱାମୀ ଵି ସିପ୍ଟ ସାରି ଘରକୁ ଫେରିଲେ ଗେଟ୍ ର ଶବ୍ଦ ଶୁଣି କନକ ଉଠିପଡିଲେ ଵିଛଣାରୁ। କନକ ଗାଉଁଲି ଝିଅଟିଏ ବୋହୁ ହୋଇ ଆସିଛନ୍ତି ସହରକୁ ସ୍ୱାମୀ ସହିତ। ଉଚ୍ଚ ଶିକ୍ଷିତା ହେଲେ ପରମ୍ପରା ସଂସ୍କାର କୁ ଜାବୋଡି ଧରିଥିବା ନାରୀଟିଏ। ସ୍ୱାମୀ ନ ଖାଇଲେ ସେ ଖାଆନ୍ତି ନାହିଁ ତେଣୁ ଉପାସରେ ଅପେକ୍ଷା ପତିଙ୍କୁ। ପତିଙ୍କ ଆସିବା ଶବ୍ଦ ରେ ଚାଲିଗଲେ ଦୁଆରମୁହଁ କୁ। ହଠାତ୍ ଦେଖାଗଲା ଆକାଶର ସେଇ ଫାଳିକିଆ ଜହ୍ନ। ସତେ…
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
ପ୍ରବନ୍ଧ
ରକ୍ତ ଯଦି ଧୋକା ଦିଏ ବିଶ୍ୱାସ କରିବ କାହାକୁ ତୁମେ ପଡିଗଲେ ଯାହାକୁ କଷ୍ଟ ହୁଏ ଦୈ।ଡି ଆସି ହାତ ଧରି ନିଏ। ପଡ଼ିବା ଯାଗାରୁ ଟାଣି ଧରେ।ତୁମ ଛାତିରେ ଯନ୍ତ୍ରଣା ହେଲେ ଯାହାର ଛାତି ଖଣ୍ଡ ଖଣ୍ଡ ହୋଇଯାଏ।ତୁମ ଆଖିର ଲୁହ ଦେଖିଲେ ଯା ଆଖିରୁ ଝରଝର ଲୁହ ବୋହି ଯାଏ। ସେ ରକ୍ତ ସମ୍ପର୍କୀୟ। ଆଜିକାଲି ପ୍ରଥମ ଶତୃ ରକ୍ତ ସଂପର୍କୀୟ ମାନେ।ଏଇ ସେଇ ପୁଣ୍ୟ ଭୂମି ଭାରତ ଯେଉଁଠି ଭାଇ ପାଇଁ ଭାଇ ଚଉଦ ବର୍ଷ ସାଥି…
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
ପ୍ରବନ୍ଧ
୪ "ଝରା ଫଗୁଣ" ଫଗୁଣ କଣ ଝରିଯାଏ କି ?ଠିକ୍ ଝରା ଶେଫାଳୀ ପରି। ସବୁ ସ୍ୱପ୍ନ ହଜିଯାଏ କିଛି ମୁହୂର୍ତ୍ତ ରେ । ଫଗୁଣତ ଆସେ ରଙ୍ଗର ମେଲଣରେ ଋତୁରାଜ ସାଜି। ପୃଥିବୀକୁ ନବ ଯୈ।ବନରେ ପରିପୂର୍ଣ୍ଣ କରି ରୂପ ମାଧୁଯ୍ୟ ରେ।କୋଇଲିର କୁହୁତାନ ରେ ଆମ୍ବ ବଉଳର ମହମହ ବାସ୍ନାରେ।ମହୁଲ ଫୁଲର ମହୁଲି ନିଶାରେ ।ହଳଦୀ ବସନ୍ତ ର ସୁନା ଡେଣାରେ ଆଉ ରଙ୍ଗରେ ମସଗୁଲ ହୋଇ କୃଷ୍ଣ ଚୂଡାର ନାଲି ରଙ୍ଗରେ ଫଗୁଣ ହସେ।…
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
ପ୍ରବନ୍ଧ
ମଶାଣିର ଅଟ୍ଟହାସ୍ୟ ଅଧରାତିର ନିସ୍ତବ୍ଧତା ରେ ଶୁଭେ ଏଠି ଠୋ ଠୋ କାହାର ହସ ପୁଣି ଭୋ ଭୋ କାନ୍ଦ କଣ ପାଇଁ ଏଠି କିଏ ହସେ ବିଦ୍ରୁପ କରି ପୁଣି କାନ୍ଦେ ଦୁଃଖରେ ମ୍ରିୟମାଣ ହୋଇ। ଏ ସମୟ ଏ କାଳ ଏ ଶ୍ଶଶାନ ସେ ହସେ ପୁଣି କାନ୍ଦେ। ଏଠି କିଏ ହଜିଯାଏ ସବୁଦିନ ଆଉ କିଏ ହଜିବି ରହିଯାଏ କଫିନ୍ ତଳେ ପାଏ ନାହିଁ ମୋକ୍ଷ ଅତୃପ୍ତ ଆତ୍ମା ଟିଏ । କେଉଁ କାଳରୁ ସେଠି କେତେ କେତେଶଵ ଦାହ ହୁଏ ଶ୍ମଶାନ ର ଶାନ୍ତି କେଉଁଠି…
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
ପ୍ରବନ୍ଧ
ଦରିଆ ସେପାରି ବୋହୂ ୪ ଭାବୁକ ଟିଏ ପାଲଟି ଯାଇଛନ୍ତି ସୀମା ଦେଵୀ ଚୁପ୍ ଚାପ୍ ବସିଛନ୍ତି ସୋଫା ଉପରେ ଖାମଦାନି ର ପୋଷାକ ତଳେ ନୀରିହ ପ୍ରାଣଟି ଛଟପଟ ହେଉଛି ନିଲିପ୍ତ ନୟନରେ ଚାହିଁଛନ୍ତି ଶୂନ୍ୟତା କୁ ଭାବୁଛନ୍ତି କେତେ କଣ ନିଜ ବିଷୟରେ....। ଭାବନାର ଅଥଳ ସାଗରରେ ସେ ଵୁଡି ଯାଇଛନ୍ତି ଫେରିଯାଇଛନ୍ତି ବାଉନ ରୁ ପଚିଶ ଵର୍ଷ କୁ ନୂଆ ନୂଆ ବିଭାଘର ସ୍ୱାମି ଶେଖର ସହ କେତେ ଜୀବନକୁ ଉପଭୋଗ କରିଛନ୍ତି ସମୁଦ୍ର…
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
ପ୍ରବନ୍ଧ
କର୍ମ ଫଳ ଯଥା କର୍ମ ତଥା ଫଳ ନିଶ୍ଚିତ। ସତରେ କଣ ମଣିଷ କର୍ମ ଫଳ ଭୋଗେ। କାହିଁ କିଛି ତ କର୍ମ ଖରାପ କରିନାହାନ୍ତି ରାଧାନାଥ ତଥାପି କାହିଁକି ସେ କଷ୍ଟ ପାଉଛନ୍ତି। ସେ ତ ସବୁ ବେଳେ ପର ଉପକାର କରନ୍ତି ଯଥା ସମ୍ଭଵ ସାହାଯ୍ୟ କରନ୍ତି ଲୋକଙ୍କୁ ଅତିଥି ସେବା କରନ୍ତି । ପଶୁ ପକ୍ଷୀ ମଣିଷଙ୍କୁ ଦାନା ଦିଅନ୍ତି। ରକ୍ତ ଦାନ କରନ୍ତି ପୂଜା ପର୍ବ କରନ୍ତି ଧର୍ମ କରନ୍ତି ଇତ୍ୟାଦି ଇତ୍ୟାଦି। ହେଲେ କାହିଁକି ସେ ଏତେ କଷ୍ଟ…
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
ପ୍ରବନ୍ଧ
ଦରିଆ ସେପାରିରେ ପହଞ୍ଚି ପାରେନା ଏ ପାରିର ଶଙ୍ଖ ଧ୍ୱନି ମନ୍ତ୍ର ଉଚ୍ଚାରଣ। ତଥାପି ହୃଦୟ ଥାଏ ପ୍ରତିଟି ମଣିଷ ଭିତରେ ଆମେ ଯେମିତି ଦେଖିବା ସେମିତି ଦେଖାଯିବ ଦୁନିଆ। ଦେଖାଯିବ ପ୍ରତିଟି ମଣିଷ। ସତରେ ଯଦି ଆଖି ଖୋଲି ଭଲ ରେ ଦେଖିବ ସମସ୍ତେ ଭଲ ଲାଗିବେ।ସବୁକୁ ଆଦରି ନେଲେ ଭଲରେ ସମୟ କଟି ଯାଏ। ଏମିତି ଚାଲିଥାଏ ଜୀଵନ ।କେବେ ହସ କେଵେ ଲୁହ ତାହା ହିଁ ତ ଜୀଵନ।ଜୀଵନ ଦୂରରୁ ହିଁ ସୁନ୍ଦର…
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
ପ୍ରବନ୍ଧ
ସେଦିନ ଠିକ୍ ଏମିତି ବର୍ଷା ତୁହାକୁ ତୁହା ବରଷୁଥିଲା କଳାହାଣ୍ଡିଆ ମେଘ ଟା ଆକାଶକୁ ଘୋଡାଇ ଦେଇଥିଲା। ଦିନ ବି ଅନ୍ଧାରୁଆ ଲାଗୁଥିଲା ରାତି ପରି।ଥରି ଥରି ମିନୁ କବାଟ ଠକ୍ ଠକ୍ କଲା।ଘରେ ବିଜୁଳି ଆଲୁଅ କଟି ଯାଇଥିଲା ।ଘରର ଘଣ୍ଟି ବାଜିନଥିଲା। ଠିକ୍ ଠକ୍ ଶବ୍ଦ ରେ ବାବୁ ଆସି କବାଟ ଖୋଲିଲେ।ମିନୁ ର ଓଦା ସରସର ଦେହ କୋହଲା ପବନରେ ଥରଥର । ମିନୁ ସୁନ୍ଦର ଚେହେରା। ତନୁପାତଳି ଲମ୍ବା…
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
ପ୍ରବନ୍ଧ
ସ୍ୱପ୍ନ ସେ ପାଖେ ସିଏ କେହି ଜଣେ ସବୁ ବେଳେ ଥାଏ ଆଖି ଆଇନାରେ ହୃଦୟ କାନ୍ଥ ରେ ଥାଏ ତା'ର ପ୍ରତିଛବି।ଆଖି ବେଳେବେଳେ ଅମାନିଆ ହୋଇ ଖୋଜେ ତାକୁ। ମନ ଲୁଚି ଲୁଚି ପଡେ ମନର ଡାଏରୀ ପୃଷ୍ଠା କୁ। ହାଏ କିଏ ଯେ ! ସେ ପରା ପ୍ରେମ ଭାରି କଷ୍ଟ ଦିଏ ସ୍ମୃତି ସାଥେ ଆସି ମନ ଅଗଣାକୁ। ସୁନୀତା ମନେ ମନେ କଣ ଏଣୁତେଣୁ ଭାବୁଛନ୍ତି ଏତିକି ବେଳେ ଆସିଲା ତାଙ୍କର ଅନ୍ତରଙ୍ଗ ସାଙ୍ଗ ସ୍ମିତା। ପଚାରିଲା କଣ କରୁଛ ତୁମେ!…
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
ପ୍ରବନ୍ଧ
ଟ୍ରେନ୍ରେ ଚା' ଅନୁଭୂତି... (ଭାଗ-୧) ଜୀବନର ପ୍ରତିଟି ଅନୁଭୂତି କିଛି ନା କିଛି ନୂଆ ଶିକ୍ଷା ଦେଇଯାଏ। ଆଉ ସେ ଅନୁଭୂତି ଯଦି ଦୂର ଯାତ୍ରାର ହୋଇଥାଏ, ତେବେ ତାର ମଜା ସମ୍ପୂର୍ଣ୍ଣ ନିଆରା। ଯାତ୍ରା ପାଇଁ କେବେ ଫ୍ଲାଇଟ୍, କେବେ ବସ୍ ତ ପୁଣି କେବେ ନିଜ କାର୍ ଉପଲବ୍ଧ ଥାଏ; କିନ୍ତୁ ଟ୍ରେନ୍ ଯାତ୍ରାର ରୋମାଞ୍ଚ ସବୁଠୁ ସ୍ୱତନ୍ତ୍ର। ସହର, ପାହାଡ଼ ଆଉ ଘଞ୍ଚ ଜଙ୍ଗଲ ଦେଇ ଲମ୍ବିଯାଇଥିବା ଅଙ୍କାବଙ୍କା ରେଳଧାରଣା ଉପରେ 'ଛୁକ୍-ଛୁକ୍'…
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
ପ୍ରବନ୍ଧ
ଭାବନା ରାଇଜରେ ବୁଡିଯାଇଛନ୍ତି ଅନ୍ନପୁର୍ଣ୍ଣା ଦେବୀ। ଚାହିଁଛନ୍ତି ଏକ ଲୟରେ ବାହାରକୁ ଆଉ ଭାବନା ଭିତରେ ତର୍ଜମା କରୁଛନ୍ତି ନିଜକୁ ଆଉ ମଣିଷ ମାନଙ୍କୁ। ଖୋଜୁଛନ୍ତି ଅନେକ କିଛି ଏଇ ଭାବନା ଭିତରେ।ମନେ ମନେ କହୁଛନ୍ତି ଏଇ ସମୟଟା ଧୋକାଵାଜ ନା ଏଠି ମଣିଷ ମାନେ ଏ ସୃଷ୍ଟିରେ ଏମିତି। କାହିଁ ଅଲଗା ଜୀବତ ବୋଧେ ସ୍ୱାର୍ଥପର ନୁହେଁ।କିନ୍ତୁ ମଣିଷଠାରେ ବେଶୀ ଏହି ଧୋକା ଆଉ ସ୍ୱାର୍ଥପରତା ଦେଖାଯାଏ କାହିଁକି? ରୁଟି…
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
ପ୍ରବନ୍ଧ
ଯୁଗେ ଯୁଗେ ନାରୀ ଅତ୍ୟାଚାରିତ ଏ ସଂସାରରେ ଦେବୀ କି ମାନବୀୟ ସମସ୍ତେ ପୁରୁଷ ପାଖରେ ନିର୍ଯାତିତ ତେଣୁ ମା ଲକ୍ଷ୍ମୀ ବାଦ ଯିବେ କିପରୀ। ଆଉ ପୁରୁଷ କଷ୍ଟ ଦିଏ ନାରୀର ମହତ୍ତ୍ୱ ବୁଝି ନ ପାରି। ଦେବୀ କ୍ଷେତ୍ରରେ ହେଉ ପଛେ ମାୟାର କୁହୁଡି ଜଗତର ଶିକ୍ଷା ତଥାପି ନାରୀ ରୂପରେ ଦେବୀ ବି ବାଦ୍ ଯାଆନ୍ତି ନାହିଁ ପୁରୁଷ ପାଖରେ।ଏହା ପୁରାଣ ଶାସ୍ତ୍ରରୁ ଅନୁମେୟ। ଆମ ସନାତନ ଧର୍ମରେ ନାରୀଟିଏ ସଂସ୍କାର ଭିତରେ ରହେ ଆଉ ପୁରୁଷର…
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
ପ୍ରବନ୍ଧ
ଧୋକାଵାଜ ଭାବନା ରାଇଜରେ ବୁଡିଯାଇଛନ୍ତି ଅନ୍ନପୁର୍ଣ୍ଣା ଦେବୀ। ଚାହିଁଛନ୍ତି ଏକ ଲୟରେ ବାହାରକୁ ଆଉ ଭାବନା ଭିତରେ ତର୍ଜମା କରୁଛନ୍ତି ନିଜକୁ ଆଉ ମଣିଷ ମାନଙ୍କୁ। ଖୋଜୁଛନ୍ତି ଅନେକ କିଛି ଏଇ ଭାବନା ଭିତରେ।ମନେ ମନେ କହୁଛନ୍ତି ଏଇ ସମୟଟା ଧୋକାଵାଜ ନା ଏଠି ମଣିଷ ମାନେ ଏ ସୃଷ୍ଟିରେ ଏମିତି। କାହିଁ ଅଲଗା ଜୀବ ତ ବୋଧେ ସ୍ୱାର୍ଥପର ନୁହେଁ।କିନ୍ତୁ ମଣିଷଠାରେ ବେଶୀ ଏହି ଧୋକା ଆଉ ସ୍ୱାର୍ଥପରତା ଦେଖାଯାଏ କାହିଁକି? ରୁଟି…
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
ପ୍ରବନ୍ଧ
ଜୟ ମା ଦେବୀ ଭବାନୀ..🙏🏽 ଯା ଦେବୀ ସର୍ଵ ଭୃତେଷୁ ଶକ୍ତି ରୂପେଣ ସଂସ୍ଥିତା ନମସ୍ତୈ ନମସ୍ତୈ ନମସ୍ତୈ ନମ୍ଃ ନମ୍ଃ ନମ୍ଃ ସନାତନ ଧର୍ମ ରେ ତେତିଶ କୋଟି ଦେବତା ଵାର ମାସରେ ତେର ପର୍ବ ଜଗନ୍ନାଥ ସଂସ୍କୃତିରେ। ମା ଶକ୍ତି ର ଆଧାର ପାପ ଵିନାଶିନୀ ଦେଵୀ ଦଶଭୁଜା ଆଶ୍ୱିନ ମାସରେ ଧରାକୁ ଅବତରଣ କରନ୍ତି। କାଶତଣ୍ଡିର ଫୁଲେ ଫୁଲେ ଅପରାଜିତା କମଳ ପାଖୁଡ଼ାରେ ମା ହସି ହସି ଧରାକୁ ଆଗମନ କରନ୍ତି ମା କଲ୍ୟାଣ ମୟୀ ତାଙ୍କ…
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
ପ୍ରବନ୍ଧ
ଦେବୀଙ୍କ ଚରଣରେ ଅର୍ପିତ ପୁଷ୍ପାଞ୍ଜଳି ସେତେବେଳେ ପୂର୍ଣ୍ଣତା ପାଏ, ଯେତେବେଳେ ଆମ ହୃଦୟରେ ସଦ୍ଭାବର ପୁଷ୍ପ ପ୍ରସ୍ଫୁଟିତ ହୁଏ। ଧୂପଦୀପର ଆଲୋକ ସେତେବେଳେ ସାର୍ଥକ ହୁଏ, ଯେତେବେଳେ ଆମ ଅନ୍ତରର ଅଜ୍ଞାନ ଅନ୍ଧକାର ଦୂରୀଭୂତ ହୁଏ। ମା’ଙ୍କ ନିକଟରେ ପ୍ରାର୍ଥନା ସେତେବେଳେ ପ୍ରକୃତ ରୂପ ଧାରଣ କରେ, ଯେତେବେଳେ ଆମେ ନିଜେ ଅନ୍ୟର
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
ପ୍ରବନ୍ଧ
ସାହିତ୍ୟ ଲେଖା ଚୋରି ବଡ଼ ଜଟିଳ କଥାଟିଏ। କହିଲେ କୂଳ କୁଟୁମ୍ବକୁ ଲାଜ ନକହିଲେ କୂଳ ଭାସିଯାଉଛି। ମନର ବୋଝ ବଳି ପଡ଼ିଲେ ଦୁଇ ଧାଡ଼ି ଲେଖି ହୋଇଯାଏ। ଆଜିକାଲି କର୍ମ ଉପରେ କମ ଭରସା ଆଉ ରାତାରାତି ପ୍ରଶଂସା ଗୋଟାଇବାର ନିଶା ପ୍ରାୟତଃ ଲୋକମାନଙ୍କର। ସେଥିରୁ ସାହିତ୍ୟିକ ଵାଦ୍ ପଡିବେ କେମିତି। କହିବାର କଥା ଏହିକି ଯେ ... ଜଣେ ନିଜ ଭାବକୁ ସାଉଁଟି ସାଉଁଟି ଶବ୍ଦକୁ ଖୋଜି ଖୋଜି ଦିନ ରାତି ଏକ କରିଦିଏ…
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
ପ୍ରବନ୍ଧ
ଶାରଦୀୟ ପୂଜାରେ ନବଦୁର୍ଗାଙ୍କ ଦ୍ୱିତୀୟ ସ୍ୱରୂପ ହେଉଛନ୍ତି ମାଆ ବ୍ରହ୍ମଚାରିଣୀ। ନବରାତ୍ରିର ଦ୍ୱିତୀୟ ଦିନରେ ଶାନ୍ତ ତପସ୍ୱିନୀ ରୂପର ଆରାଧନା କରାଯାଏ। ଏଠାରେ 'ବ୍ରହ୍ମ' ଶବ୍ଦର ଅର୍ଥ ତପସ୍ୟା ଏବଂ 'ଚାରିଣୀ' ଅର୍ଥ ଆଚରଣ କରୁଥିବା ବ୍ୟକ୍ତି ତପସ୍ୟାର ଆଚରଣ କରୁଥିବା ଦେବୀ। ମାଆ ଶ୍ୱେତ ବସ୍ତ୍ର ପରିଧାନ କରି ଖାଲି
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
ପ୍ରବନ୍ଧ
ରାମାୟଣରେ ରାମଚନ୍ଦ୍ର ସୀତାଙ୍କୁ ପରିତ୍ୟାଗ କରିବା ବୋଧହୁଏ ସବୁଠୁ ବିବାଦୀୟ ଓ ଜଟିଳ ପ୍ରଶ୍ନ ଅଟେ। ସେତେବେଳର ପରିସ୍ଥିତି କୁ ବିଚାରକୁ ନିଆଯାଇପାରେ! ଯେଉଁ ରାଜା କୋଦଣ୍ଡ ଧନୁ ଭାଂଗି ସ୍ୱୟଂଵର ରେ ସୀତାଙ୍କୁ ଵିଵାହ କରିଥିଲେ । ତାଙ୍କୁ ସାଙ୍ଗରେ ବଳକୁ ନେଇଥିଲେ ପୁଣି ତାଙ୍କ ଜିଦ୍ ପାଇଁ ସୁନାହରିଣ ଆଣିବାକୁ ଯାଇଥିଲେ। ପୁଣି ତାଙ୍କ ପାଇଁ ଲଙ୍କା ଧ୍ୱଂସ କରିଥିଲେ। ସେ ପୁଣି କାହିଁକି ସନ୍ଦେହ କରିଥିଲେ। ଇଏତ ସ୍ୱାମୀ ସ୍ତ୍ରୀର…
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
ପ୍ରବନ୍ଧ
ଶୈଳପୁତ୍ରୀ (ପ୍ରଥମ ଦିନ): ହିମାଳୟ କନ୍ୟା ଭାବେ ପରିଚିତ। ସେ ବୃଷଭ ଉପରେ ବିରାଜମାନ କରନ୍ତି ଏବଂ ତାଙ୍କ ହାତରେ ତ୍ରିଶୂଳ ଓ ପଦ୍ମ ଥାଏ। ସେ ତପସ୍ୟା ଏବଂ ଶାନ୍ତିର ପ୍ରତୀକ। ବ୍ରହ୍ମଚାରିଣୀ (ଦ୍ୱିତୀୟ ଦିନ): କଠୋର ତପସ୍ୟା ଆଚରଣ କରୁଥିବା ରୂପ। ଏହି ରୂପରେ ମା’ ଶ୍ୱେତବସ୍ତ୍ର ପରିଧାନ କରି ହାତରେ ଜପମାଳା ଓ କମଣ୍ଡଳୁ ଧାରଣ କରିଥାନ୍ତି। ଚନ୍ଦ୍ରଘଣ୍ଟା (ତୃତୀୟ ଦିନ): ମସ୍ତକରେ ଘଣ୍ଟା ଆକୃତିର ଅର୍ଦ୍ଧଚନ୍ଦ୍ର ଧାରଣ…
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
ପ୍ରବନ୍ଧ
ପରିଚୟ। ମୁଁ ଡ଼ ସ୍ୱର୍ଣ୍ଣ ଲତା ଲେଙ୍କା। ଯାଜପୁର ଜିଲ୍ଲାର ଭଗବାନ ପୁରଗ୍ରାମରେ ଜନ୍ମ କିନ୍ତୁ ଝାରସୁଗୁଡ଼ାରେ ରହଣି ମୋର ସ୍ବାମୀ (ସୁଧାଂଶୁ ନାୟକ) ଙ୍କର କର୍ମଭୂମିରେ ଏବେ। ପ୍ରେରଣା... କାବ୍ୟିକତା ଭାବ ଧାର ସ୍ରୋତପ୍ରୋତ ଭାବରେ ଆସେ ହୃଦରୁ ମନର ଭାବନା ହୃଦୟର ଗୁଣୁଗୁଣୁ କଥା କେଇ ପଦ ସଂସାରରେ କବୀଟିଏ କରିଦିଏ। ଗଛ ପତ୍ର ଆକାଶ ପୃଥିବୀ ନଦୀ ଝରଣା ସୁନ୍ଦର ପ୍ରାକୃତିକ ପରିବେଶକୁ କବୀଟିଏ ତା, କାବ୍ୟିକ ଶୈଳୀରେ…
ଡ଼ ସ୍ୱର୍ଣ୍ଣଲତା ଲେଙ୍କା