କବିତା
ମା,ଟିଏ ସତରେ କେତେ ଦୁଃଖର ଗଣ୍ଠିଲି ମୁଣ୍ଡାଇ ବାଟ ଚାଲେ ସିଏ ପଚାରିଛ କେଵେ ସନ୍ତାନ ହୋଇ ତୁମର ମା,କୁ ଥରେ। କେମିତି ସହେ ସେ ଏତେ ଯନ୍ତ୍ରଣା ଆଉ ଅଭିମାନର ଗଣ୍ଠିଲିକୁ ଧରି ବାଟ ଚାଲେ ସମାଜ ଆଗରେ ଅନୁଭଵ କରିଛ ଥରେ। ସିଏ ସିନା ତୁମକୁ ମଣିଷ କରିଦିଏ କେଵେ ତା,ଭାଗ୍ୟରେ ହସର ପସରା କେଵେ ପୁଣି ଅଶ୍ରୁ ଥାଏ ତଥାପି ମା,ଟିଏ ତା ସନ୍ତାନ ପାଇଁ ହଳାହଳ ଵିଷ ପିଉଥାଏ। ଅନେକ କଥା ଅଵୁଝା ହୋଇ…
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
କବିତା
ଜୟ ଜଗନ୍ନାଥ 🙏🏻 କୋଟି ପ୍ରଣତି ଘେନ ହେ ନାଥ ତୁମ ପାଦେ ହୋଇଲି ସମର୍ପିତ ଭାବ ଦିଅ ଠାକୁର ଅଭାବି ମଣିଷ ତୁମ ଭାବନାରେ ରଖ ଜଗଦୀଶ ବଳି ପଡିଲେ ଦୁଃଖ ତୁମକୁ କୁହେ ଆନ ଭାବନାରେ ମନେ ନ ରହେ। ଡେରି ହୋଇଗଲେ ଭଲ ଲାଗେନା ମନ ହୋଇଯାଏ ମୋର ଆନମନା ଦିଅ ହେ ନାଥ ଭାବନା ମୋତେ ଶବ୍ଦ ଆସୁ ଲେଖେ ଭଜନ ଯେତେ। ତୁମେ ପରା ଓଁକାର ଶବ୍ଦରେ ଅଛ ଦିଅ ଅକ୍ଷର ଯୋଡି ହେଉ ଭଜନ ନେଉଛ ଯୁଆଡ଼େ ତ…
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
କବିତା
ସଜନୀ ଲୋ ..! ଶ୍ରୀକ୍ଷେତ୍ରେ ଉଇଁଛି ପରା କାଳିଆ ଜହ୍ନ ଦେଉଳେ ଝଲସି ଉଠେ ରନôସିଂହାସନ କେତେ ତୋଫା ସତେ କେଡ଼େ ସୁନ୍ଦର କଳା ଶ୍ରୀମୁଖରେ ନାଲି ନାଲି ଅଧର।
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
କବିତା
ଚାଲ ଆମେ ଭୁଲିଯିବା ଅତୀତର ସେଇ ମିଠାମିଠା କାହାଣୀ ସବୁକୁ। ଫର୍ଦ୍ଦ ପରେ ଫର୍ଦ୍ଦ ଚିରିଦେବା ଆଜି, ଅତି ନିର୍ଦ୍ଦୟରେ ଏଇ ମନ ଡାଏରୀରେ ଲେଖାଥିବା ସମସ୍ତ ସ୍ମୃତିର ପୃଷ୍ଠାକୁ। ।
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
କବିତା
ଛିନ୍ନ ମୋର ଏ ଜୀବନ ବୀଣାରେ ଦିଅ ତାଳ ଲୟ ଭରି। ଆତ୍ମବିଶ୍ୱାସ ରଖିଲେ ମନରେ ଯିବାନି କେବେ ବି ହାରି।ା
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
କବିତା
ମୋ ସଂସାର ବୋଝକୁ କେବେ ପାଟି ଖୋଲେ ନାହିଁ । ଖୋଲିଲେ ଆସିପାରେ ଅଦିନିଆ ବାଆ କାଳେ ଉଡ଼ାଇ ନେବ ମୋ ସୁନା ସଂସାରକୁ। ହେଉ ଯେତେ କଷ୍ଟ ଅଣ୍ଟା ପଛେ ନଇଁ ପଡୁ ଚର୍ମ ଲୋଳିତ ହେଉ ମୁଁ ସହିବି ସବୁ କଷ୍ଟ ଆଖି ବୁଜି ପିଇ ଯିବି ଲୁହ ସବୁ । ତଥାପି ଖୋଲିବିନି ତୁଣ୍ଡ କାହିଁକିନା କାଳେ ଭାଂଗିଯିବ ମୋ ସୁନାର ସଂସାର। ନାରୀ ବୋଲି କିଛି କଥା ରହିଯାଏ ଛାତି ତଳେ କାହାକୁ କହିବି ମନେ ମନେ ଭାଳେ ଶୁଣିବ କିଏ ।
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
କବିତା
କୋଟି ପ୍ରଣତି ଘେନ ହେ ନାଥ ଏ ଜୀବନ ତୁମକୁ କଲି ସମର୍ପତ । ୪୧ ବେଳୁ ବେଳ ଭାଙ୍ଗି ଯାଏ ଏମନ ପ୍ରତି ଟୁକୁଡ଼ା ରେ ଦିଶ ଭଗବାନ ତୁମ ପ୍ରତିବିମ୍ବ ଏ ହୃଦୟରେ ଥାଉ ମନ ତୁମ ପାଖେ ସମର୍ପିତ ହେଉ ।
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
କବିତା
ତବ ଇଛା ପୂର୍ଣ୍ଣହେଉ ମହାବାହୁ ! ୧୮ ତବ ଇଛା ପୂର୍ଣ୍ଣ ହେଉ... ତୁମରି ନାମକୁ ମୋ ଜୀବନ ବୀଣା ନିତି ଗାଉଥାଉ... ।
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
କବିତା
ଜୟ ଜଗନ୍ନାଥ 🙏🏼 ସକାଳ ପ୍ରଣତି ଘେନ ହେ ଜଗନ୍ନାଥ ମନ ରହୁ ସଦା ତୁମ ପାଖେ ସମର୍ପିତ । ସୁଖ ନିଦ୍ରା ଭାଗିଗଲା ପରେ ଦୁଃଖର ଚାଦର ମନକୁ ଵେଢେ ମଇଳା ଚାଦର କାଢିବା ପାଇଁ ତୁମକୁ ପ୍ରଭୁ ହେ ସ୍ମରଣ କରେ ଦରଜ ମନେ ପରା ତୁମେ ଶାନ୍ତିର ମଲମ ଭଙ୍ଗା ହୃଦୟେରେ ତୁମେ ଦୃଢ଼ ପ୍ରାଚୀର। ଆଖି ଖୋଲୁ ଖୋଲୁ ତୁମେ ଆସ ହେପ୍ରଭୁ ତୁମ ଦିବ୍ୟ ରୂପରେ କଟିଯାଉ ଵିପଦ ସବୁ ଗଢି ଦିଅ ନାଥ ହେ ମନରେ ଶକ୍ତ ପ୍ରାଚୀର କେବେ…
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
କବିତା
ସେତେବେଳେ ଯେତେବେଳେ ଅନ୍ୟ ଜଣେ ଜଣକୁ ହତାଦର କରେ । ଜଣଙ୍କର ଆବଶ୍ୟକତା ଅନ୍ୟ ଜଣଙ୍କ ପାଖରେ କମିଯାଏ ଦୁଇଟି ମନର ଆବେଗ ଦୁଇଟି ହୃଦୟର ବନ୍ଧନ ପରସ୍ପର ବୁଝାମଣା ଜଣେ ଜଣଙ୍କର ସ୍ପନ୍ଦନ ଭାବନାର ରୂପରେଖ ସେଇଠି ମଜବୁତ ଛଳନା, ହତାଦର, ପ୍ରତାରଣାରେ ଦୁର୍ବଳ ତ ସମ୍ପର୍କ ସେଇଠି ସୁନ୍ଦର ।
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
କବିତା
ଜୟ ଜଗନ୍ନାଥ 🙏🏻 କୋଟି ପ୍ରଣତି କରୁଛି ହେ ଜଗନ୍ନାଥ ଏ ତନ ମନ ତୁମ ପାଖେ ସମର୍ପିତ ଶୀର୍ଷକ "ଵାଜୁନି ବଂଶୀ କଦମ୍ବ ମୂଳରେ" ବାଜୁନି ବଂଶୀ ଆଉ ଯମୁନା କୂଳରେ ନାହିଁ ଆଉ କେଳି ସେ କୁଞ୍ଜ ବନରେ.. ଦାରୁବ୍ରହ୍ମ ରୂପ ନେଲ କଳି ଯୁଗରେ ମାନଵୀୟ ଲୀଳା ପ୍ରକାଶିଲ ଠାକୁରେ। ତୁମ କଳା ବଦନକୁ ଚାହିଁ ଦେଲେ ଥରେ କିଛି କୁହନି ମୃଦୁ ହସ ଥାଏ ଅଧର ରେ କାହିଁକି ନୀରବ କଳିରେ କୁହ ଠାକୁର ଅନୁଭବରେ କେବଳ ତୁମେ…
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
କବିତା
ଜୟ ଜଗନ୍ନାଥ 🙏🏼 ଶୀର୍ଷକ "ଘୁଙ୍ଗୁର ହଜିଗଲା" ସକାଳ ପ୍ରଣତି ଘେନ ହେ ନାଥ ଏ ଆତ୍ମା ତୁମ ପାଖେ ସମର୍ପିତ। ବାଟ ଚାଲୁ ଚାଲୁ ପ୍ରଭୁ ହେ ଚୋରା ବାଲିରେ ପାଦ ପୋତିଲି ପାଦର ଘୁଙ୍ଗୁର ନାଥ ହେ ଆଜି କାହିଁକି ଆଜି ଵାଜୁନି..। ମନର ବଂଶୀ ବିରହ ବେଦନା ତୋଳୁଛି ମନ ଯମୁନା କୂଳେ ରାଧାର ଘୁଙ୍ଗୁର ହଜିଛି କେଉଁଠି ରାଧା ଗୁମାନ ମାରେ। କେମିତି ନାଚିବ ଦେବଦାସୀ ତୁମ ନାଟମଣ୍ଡପ ରେ ଘୁଙ୍ଗୁର ବିନାକି ନାଟ ମଣ୍ଡପରେ ନାଚ…
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
କବିତା
ଏମିତି ଭାବପ୍ରବଣତାରେ ମିଛିମିଛିକା ସମ୍ପର୍କର ରଜ୍ଜୁରେ ଏଇ ମନର ନୀରବ ଇଲାକାରେ। ମନର ଆବେଗରେ ଆମେ ଥିଲେ ବହୁତ ପାଖରେ ଚୁମି ଯାଉଥିଲ ଏଇ ନୀରବ ମନକୁ ଖୁବ୍ ଆତ୍ମୀୟତାରେ। ସତେ ଅବା ତୁମେ ଆଉ ମୁଁ ସାଗରର ତୃଷ୍ଣା ନଦୀର ବ୍ୟାକୁଳତା ଅଦମ୍ୟ ପିପାସା ଅତି ବ୍ୟାକୁଳତା ଦୁହେଁ ଦୁହିଁଙ୍କ ପାଖରେ..। ଆଜି ଆଜି ତୁମେ ପରିଚିତ ପୃଷ୍ଠାଟିଏ ମନ ଡାଏରୀରେ ଏ ଦରଜ ଛାତିର ଉପଶମ ପାଇଁ ଶାନ୍ତିର ମଲମଟିଏ। ଏ ଭଙ୍ଗା…
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
ଗଳ୍ପ
ସୁନୀତା ଦେବୀ! ଗୃହିଣୀଟିଏ। ଲେଖୁ ଲେଖୁ କେତେ ବେଳେ ହେଲେ କବି ପୁଣି କବିରୁ ଗାଳ୍ପିକା ହୋଇଗଲେ। ସମୟ ନିଅଣ୍ଟିଆ ଧରେ ତାଙ୍କୁ। ଘର ସଂସାରର ଜଞ୍ଜାଳ ଭିତରେ ନିମଗ୍ନ ସିଏ ସବୁବେଳେ। ଗୃହିଣୀ ଜୀବନରେ ସେ ଅସ୍ତବ୍ୟସ୍ତ ହୋଇ ପଡ଼ନ୍ତି। ସବୁବେଳେ ସେଇ ରୁଟିନ୍ ବନ୍ଧା ଜୀବନ। ଜୀବନଚର୍ଯ୍ୟା ପ୍ରାୟତଃ ଏକପ୍ରକାର। ଘରଟି ତାଙ୍କ ପାଇଁ ସତେ ସ୍ୱର୍ଗ। ସେଇଠି ତାଙ୍କ ପ୍ରେମର ମନ୍ଦିର। ଟିକି ଦୁନିଆ। ଭାରି ଖୁସିରେ କାଟି ଦିଅନ୍ତି ଜୀବନ।…
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
କବିତା
ଜୟ ଶ୍ରୀ ଜଗନ୍ନାଥ ! କୋଟିଏ ପ୍ରଣତି କରେ ଜଗନ୍ନାଥ ତୁମ ପାଦେ ସମର୍ପିତ ।ା ତୁମରି ନାମରେ ସକାଳ ଆରମ୍ଭ ନାମେ ଦିନ ହୁଏ ଶେଷ। ତୁମରି ନାମରେ ଆଜନ୍ମ ଯାତନା ଅନ୍ତ ହୁଏ ପିତବାସ ।ା ତୁମ ନାମାମୃତ ପାନ କରି କେତେ ପାପୀ ଯାଇଛନ୍ତି ତରି। ଅନାଦି କାଳରୁ ନାମର ମହିମା ଶାସ୍ତ୍ରୀୟ ପୃଷ୍ଠାରେ ହରି ।ା ସାଧୁଙ୍କ ମୁଖରେ ନାମାମୃତ ତତ୍ତ୍ୱ ଶୁଣିଛି ଅନେକ ଥର। ବିଶ୍ୱାସ ରଖିଛି ନାମ ଉଚ୍ଚାରଣେ ପାପରାଶି ହୁଏ ଦୂର ।ା ତୁମରି…
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
କବିତା
ସକାଳ ପ୍ରଣତି ଘେନହେ ମାଧବ ସମର୍ପିତ ତୁମ ପାଦ ତଳେ ମହାବାହୁ ହେ ହୀନ ମଣିଷକୁ ରଖ ତୁମ ଭୁଜ ତଳେ। ମଧୁମୟ ହେ ମନକୁ ହଜାଇ ଦିଅ ତୁମ ମଧୁର ବଂଶୀ ସ୍ୱରରେ ଆନନ୍ଦ ମୁଖର କର ସଂସାରକୁ ଆନନ୍ଦମୟ ହେ। ପୂଜା ଜାଣିନାହିଁ ମନ୍ତ୍ର ଜାଣିନାହିଁ ଜାଣି ନାହିଁ ତୁମ ଗୂଢ ତତ୍ତ୍ୱ ଏତିକି ବୁଝିଛି ପ୍ରଭୁ ଜଣେ ଅଛି ରଖିବାକୁ ଏଇ ସଂସାର। ତା'ର ଇଛାରେ ଆସେ ଚନ୍ଦ୍ର ସୂର୍ଯ୍ୟ ଏଇ ପୃଥିବୀକୁ ଋତୁ ବଦଳେ ଏଇ ସଂସାରରେ…
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
କବିତା
ଏଇ ବେପଥୁ ମନ ଭାଷା ଅକୁହା ଛାତି ତଳର କଥା ଅବ୍ୟକ୍ତ କୋହର ଗନ୍ତାଘର ଅବୁଝା ରହିଯାଏ ପୁଣି କିଛି କେତେ କଥା ଛାତି ଚାପିଥାଏ କେତେ କଥା ଓଠ ଚାପିଦିଏ କେତେ କଥା ଲୁହ ପିଇଯାଏ ସବୁ କ'ଣ କହିପାରେ ତୁମକୁ । ମୁଁ ପରା ନାରୀଟିଏ ଫୁଲ ପରି କୋମଳ ଏ ହୃଦୟ ସରଳ ମନ ନେଇ ରହିଯାଏ ଅବୁଝା ହୋଇ ରହିଯାଏ କିଛି ଆମ ଭିତରର କଥା ଆଖିରେ ଲୁହ ସବୁ ଚାପିଦିଏ ଓଠରେ ମଧୁର ଚୁମ୍ବନ।
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
ଗଳ୍ପ
ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ... ପଦୁ ଝରୁଛି ମକରନ୍ଦ... ସେ ମକରନ୍ଦ ପାନ କରି... ଭବୁ ତରିଲେ ବ୍ରଜନାରୀ... ଆହାଃ ହରି ନାମରେ କି ରସ ଅଛି, ପାନ କଲାବାଲା ଏକା ଜାଣିଛି। ସତରେ ସେ ରସ ଅମୃତମୟ। ମିଠା ମିଠା ଭାରି ମିଠା। ମିଳେ ଆତ୍ମତୃପ୍ତି ପରମ ଶାନ୍ତି। ଯାହାକି ରାଜପ୍ରାସାଦରେ ବି ମିଳେନା। ରାଜସିଂହାସନରେ ବି ମିଳେନା। ସେଥିପାଇଁ ତ ପୁରାତନ କାଳରେ ଜଙ୍ଗଲରେ ଯାଇ ସାଧନା କରୁଥିଲେ ମୁନିଋଷିମାନେ। ଦସୁ୍ୟ…
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
କବିତା
ଜୟ ଜଗନ୍ନାଥ 🙏🏼 ଶୀର୍ଷକ" ସମର୍ପିତ" କୋଟି ପ୍ରଣତି ଘେନ ହେ ନାଥ ମନ ତୁମ ପାଦରେ ସମର୍ପିତ। ସକାଳର ସୁରୁଜ ମୂରୁଜ ବୁଣି ତୁମେ ଆସ ପ୍ରଭୁହେ ଅବତରି ଫୁଲସଵୁ ହସୁଥାଉ ଖିଲି ଖିଲି ସମୀର ଆସୁ ଛୁଇଁ ଥିରି ଥିରି । କାକଳିମାର ମୃଦୁ ଗୁଞ୍ଜନ ରେ ନିଦ ଫେରି ଯାଉ ଧିରେ ଧିରେ ହସୁ ଦୁନିଆ ହସୁ ଏଇ ଜୀଵନ ଏହି ମାଗୁଣି କଲି ଚକାନୟନ। ଆଖି ଖୋଲି ଦେଲେ ତୁମ ଆସ ପଦ୍ମ ପୟର ରେ ମନ ସମର୍ପିତ ଆତ୍ମା ଆଉ…
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
କବିତା
କୋଟି ପ୍ରଣତି ଘେନ ହେ ନାଥ ତୁମ ପାଦେ ସମର୍ପିତ । ୮୫ ସଂସାର ଦାଣ୍ଡ ରେ ଚାଲିଚାଲି ନାଥ ଥକି ତ ଗଲାଣି ପାଦ ତୃଷାର୍ତ୍ତ ଏ ମନ ତୃଷାର୍ତ୍ତ ଏ ପ୍ରାଣ ଏ ଜୀବନ ଯନ୍ତ୍ରଣାସିକ୍ତ ।
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
କବିତା
ଜୟ ଜଗନ୍ନାଥ 🙏🏼 କୋଟି ପ୍ରଣତି ରେ ସମର୍ପିତ ବିଶ୍ୱପିତା ସକାଳ ହେଲା ନିଦ ମୋର ଭାଙ୍ଗିଲା ଆଖି ଖୋଲିଲେ ଚକାନୟନ ଦିଶିଗଲା ଜୟ ଶ୍ରୀ ଜଗନ୍ନାଥ ତୁଣ୍ଡ ମୋର ଗାଇଲା ବଂଶୀର ସୁମଧୁର ସ୍ୱର ଗୁଞ୍ଜରିତ ହେଲା। ତନ ମନ ପବିତ୍ର କର ହେ ପ୍ରଭୁ ଜଗନ୍ନାଥ ତୁଣ୍ଡ ମାର୍ଜିତ କର ଜୀବନ ହେଉ ପୁଲକିତ ଏ ସଂସାର ସୁନ୍ଦର ମଧୁମୟ କରି ଗଢିଲ ପ୍ରତି ମଣିଷକୁ ସୁନ୍ଦର ହୃଦୟ ମନ ଦେଲ। ସେ ମନରେ ନରହୁ ଅହଂଭାବ ହେ ଠାକୁର ସେ…
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
କବିତା
ଦୁଇଟି ହୃଦୟର ବିଶ୍ୱାସର ମଞ୍ଜିଟିଏ ବିରାଟ ମହାଦ୍ରୁମପାଇଁ ଗୋଟିଏ ହୃଦୟର ପ୍ରତିଛବି ଅନ୍ୟ ହୃଦୟର ମନ କାନ୍ଭାସରେ । ସମ୍ପର୍କ ! ମିଠାମିଠା ଭାରି ମିଠା ସେ ଅନୁଭବୀ ଜାଣେ କୁଆଁର ପୂନେଇଁ ଜହ୍ନଠୁ ସଫା ଶରତ ଆକାଶ ପରି ନିର୍ମଳ ହୃଦୟର ପରିଭାଷା । ସମ୍ପର୍କ ! ସମୁଦ୍ରର ନୀଳ ଢେଉ ପରି ନୀଳ ନୀଳ ଗୋଲାପଠୁ ଆହୁରି ସୁନ୍ଦର ଆହୁରି ଲାଲ୍ ଏକ ମନର ଆବେଗ ଟାଣି ନିଏ ବହୁ ଦୂର ଆଲୋକର ଗତିଠୁ ଆହୁରି କ୍ଷିପ୍ର…
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
କବିତା
ଜୟ ଶ୍ରୀ ଜଗନ୍ନାଥ ! କୋଟିଏ ପ୍ରଣତି ଘେନ ମହାପ୍ରଭୁ ତୁମ ପାଦେ ସମର୍ପିତ ।ା ତୁମେ ପରଂବ୍ରହ୍ମ ପୁରାଣ ପୁରୁଷ ପରମାତ୍ମା ଜଗନ୍ନାଥ। ଅନାଥର ନାଥ ଅଗତିର ଗତି ତବାଶିଷ ମୁକ୍ତି ପଥ।ା ତୁମେ ଇଚ୍ଛାମୟ ତୁମରି ଇଚ୍ଛାରେ ଚରଠୁ ଅଚର ଯାଏ। ସଂସାରେ ଆସନ୍ତି ରୁହନ୍ତି ଯାଆନ୍ତି ସୃଷ୍ଟି ସ୍ଥିତି ଲୟ ହୁଏ ।ା ସବୁ କିଛି ତୁମ ମାୟାର କାରେଣି ବୁଝି ବି ଅବୁଝା ଜୀବ। ମୁଁ କିନ୍ତୁ ବୁଝିଛି ବୋଲି ଆଦରିଛି ପ୍ରାଣ ପ୍ରିୟ ବାସୁଦେବ ।ା ତୁମରି…
ଡ଼ ସ୍ୱର୍ଣ୍ଣଲତା ଲେଙ୍କା
କବିତା
କୋଟି ପ୍ରଣତି ଘେନ ଜଗନ୍ନାଥ ତୁମ ପାଦେ ଆତ୍ମା ହେଲା ସମର୍ପିତ । ୬୭ ଯେଉଁ ଫୁଲ ରେ ପୁଜିଲେ ତୁମକୁ ତୁମେ ତ ଯାଉଛ ଋଷି କୁହ ହେ ଠାକୁର କେମିତି ପୂଜିବି ତୁମେ ହେବ ଆଜି ଖୁସି ।
ଡ଼ ସ୍ୱର୍ଣ୍ଣଲତା ଲେଙ୍କା